fbpx

ଘଣ୍ଟା ପ୍ରତି ୩୮,୫୨୦ କିମି ବେଗରେ ଚନ୍ଦ୍ର ଆଡକୁ ଗତି କରୁଛି ଚନ୍ଦ୍ରଯାନ-୩, ଚନ୍ଦ୍ରର କକ୍ଷ ଛୁଇଁ ନ ପାରିଲେ ୧୦ ଦିନରେ ପୃଥିବୀକୁ ଆସିବ ଫେରି

Advertisement

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରମାର ରାସ୍ତାରେ ଗତି କରିବା ଆରମ୍ଭ କରିଛି । ୧ ଅଗଷ୍ଟ ୨୦୨୩ ମଧ୍ୟରାତ୍ରୀ ୧୨.୦୩ରୁ ୧୨.୨୩ ସମୟ ମଧ୍ୟରେ ଏହାକୁ ଟ୍ରାନ୍ସ ଲୁନାର ଟ୍ରାଜେକ୍ଟୋରୀରେ ଛଡା ଯାଇଛି । ପ୍ରପଲସନ୍ ମଡ୍ୟୁଲ ଇଂଜିନକୁ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଅନ୍ କରାଯାଇଛି । ଏଥିରେ ୧୭୯ କିଲୋଗ୍ରାମ ଜାଳେଣୀ ଖର୍ଚ୍ଚ ହୋଇଛି । ଏ ପର୍ଯ୍ୟନ୍ତ ପୃଥିବୀର ୫ କକ୍ଷ ପଥରେ ଘୁରିବାରେ ମୋଟ ୫୦୦ରୁ ୬୦୦ କିଲୋଗ୍ରାମ ଜାଳେଣୀ ଖର୍ଚ୍ଚ ହୋଇଛି । ଲଞ୍ଚ ସମୟରେ ଚନ୍ଦ୍ରଯାନର ପ୍ରଲସନ୍ ମଡ୍ୟୁଲରେ ପ୍ରାୟ ୧୬୯୬.୩୯ କିଲୋଗ୍ରାମ ଜାଳେଣୀ ଭର୍ତ୍ତି କରାଯାଇଥିଲା । ଏହି ଅନୁସାରେ ଏବେ ଆଉ ୧୧୦୦ରୁ ୧୨୦୦ କିଲୋଗ୍ରାମ ଜାଳେଣୀ ବଞ୍ଚିଛି । ଚନ୍ଦ୍ରଯାନ ୩ ଏହି ରାସ୍ତାରେ ୫ ଅଗଷ୍ଟ ପର୍ଯ୍ୟନ୍ତ ଯାତ୍ରା କରିବ ।

୫ ଅଗଷ୍ଟ ସନ୍ଧ୍ୟା ୭ଟା ସମୟରେ ଏହା ଚନ୍ଦ୍ରମାର ପ୍ରଥମ କକ୍ଷରେ ପ୍ରବେଶ କରିବ । ଚନ୍ଦ୍ର ପୃଷ୍ଠରୁ ଏହି କକ୍ଷ ପଥର ଦୂରତା ପ୍ରାୟ ୧୧୦୦୦ କିଲୋମିଟର । ତେବେ ଚନ୍ଦ୍ରଯାନ ଚନ୍ଦ୍ରମାର ଚାରିପଟେ ୫ ଥର ପରିକ୍ରମା କରିବା ପରେ ଏହାର କକ୍ଷପଥର ଦୂରତାକୁ କମ୍ କରିପାରିବ ଓ ଏହା ୧୦୦ କିଲୋମିଟରକୁ ଆସିପାରିବ । ତେବେ ୧୭ ଅଗଷ୍ଟରେ ଚନ୍ଦ୍ରଯାନ ଏହି ୧୦୦ କିମି କକ୍ଷପଥ ଟାର୍ଗେଟ ଛୁଇଁବ । ଏହି ଦିନ ହିଁ ଚନ୍ଦ୍ରଯାନର ପ୍ରପଲସନ ମଡୁଲ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହୋଇଯିବେ । ୧୮ରୁ ୨୦ ଅଗଷ୍ଟ ମଧ୍ୟରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର କକ୍ଷ ପଥକୁ ଧୀରେ ଧୀରେ ଯାତ୍ରା କରିବ । ଏହାପରେ ଅଗଷ୍ଟ ୨୩ରେ ଅବତରଣ ପ୍ରକ୍ରିୟା ସଂପନ୍ନ ହେବ ।

ଇସ୍ରୋ ସୂତ୍ରରୁ ଜଣାପଡିଛି ଚନ୍ଦ୍ରଯାନ ୩ ଏବେ ଘଣ୍ଟା ପ୍ରତି ୩୮,୫୨୦ କିମି ବେଗରେ ଚନ୍ଦ୍ର ଆଡକୁ ଗତି କରୁଛି । ଇସ୍ରୋ ବୈଜ୍ଞାନିକମାନେ ଏବେ ପ୍ରତିଦିନ ଏହାର ବେଗକୁ ପ୍ରତିଦିନ ସାମାନ୍ୟ ମାତ୍ରାରେ କମ୍ କରୁଛନ୍ତି । କାରଣ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ପୃଷ୍ଠର ମାଧ୍ୟାକର୍ଷଣ ଶକ୍ତି ଠାରୁ ୬ ଗୁଣ କମ୍ । ଏହି କାରଣରୁ ଚନ୍ଦ୍ରଯାନର ଗତି ବେଗ ଧୀରେ ଧୀରେ ହ୍ରାସ କରାଯାଉଛି । ଅନ୍ୟଥା ଏହା ଚନ୍ଦ୍ର କକ୍ଷକୁ ଛୁଇଁ ପାରିବ ନାହିଁ । ଯଦି ଚନ୍ଦ୍ରଯାନ ଚନ୍ଦ୍ରମାର କକ୍ଷକୁ ଛୁଇଁ ପାରିବ ନାହିଁ ତେବେ ଏହା ୧୦ ଦିନ ପରେ ୩.୬୯ ଲକ୍ଷ କିଲୋମିଟରରୁ ପୃଥିବୀର ୫ମ କକ୍ଷପଥକୁ ଫେରିଆସିବ ।

Get real time updates directly on you device, subscribe now.