fbpx

ଇସ୍ରୋ ଛାଡିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୧ ।୧: ଚନ୍ଦ୍ରଯାନ -୨ ପରେ ଏବେ ମହାକାଶକୁ ଚନ୍ଦ୍ରଯାନ-୩ ପଠାଇବ ଇସ୍ରୋ । ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ଅଭିଯାନକୁ ସରକାରଙ୍କ ମଞ୍ଜୁରି ମିଳିଛି । ତାମିଲନାଡୁର ଥୁଟୁକୁଡିରେ ପ୍ରତିଷ୍ଠା ହେବ ଦ୍ୱିତୀୟ ମହାକାଶ ବନ୍ଦର । ୨୦୨୦ରେ ୨୫ରୁ ଅଧିକ ମିସନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗଗନଯାନ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ ଜାରି ରହିଛି । ୨୦୧୯ରେ ଗଗନଯାନ ପାଇଁ ୪ ଜଣଙ୍କୁ ତାଲିମ ଦିଆଯାଇଛି । ଏଥିପାଇଁ ଜମି ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଶିବନ ସୂଚନା ନେଇଛନ୍ତି ।

ତେବେ ୨୦୧୯ ଜୁଲାଇରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବ ଭାରତ । ଅର୍ବିଟର ଏବେ ବି ଚନ୍ଦ୍ରରେ ଅଛି ଓ କେବଳ ଲ୍ୟାଣ୍ଡର ସେଠାକୁ ପଠାଯିବାର ବ୍ୟବସ୍ଥା କରାଯିବ। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପରିବର୍ତ୍ତେ ଖୁବ ଜୋରରେ ଅବତରଣ କରିଥିଲା ।

Get real time updates directly on you device, subscribe now.