fbpx
BJD
BJD SKY
BJD SKY

Big News! ପୁଣିଥରେ ଆକ୍ଟିଭ ହେଲା Chandrayaan-3ର ରୋଭର ପ୍ରଜ୍ଞାନ… ବଡ଼ ଖୁସି ଖବର ଦେଲେ ISRO ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋର ଅଧ୍ୟକ୍ଷ ଏସ. ସୋମନାଥ ବର୍ତ୍ତମାନ ଦେଶବାସୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏବେ ସ୍ଲିପ ମୋଡରେ ରହିଛି । କିନ୍ତୁ ଏହା ପୁଣିଥରେ ଆକ୍ଟିଭ ହେବାର ସମ୍ଭାବନାକୁ ଏବେ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରମାରେ ଶୁପ୍ତ ଅବସ୍ଥାରେ ରହିଥିବା ନେଇ ଏଜେନ୍ସି ଖୁବ ଭଲ ଭାବରେ ଅବଗତ ରହିଛି ବୋଲି କହିଛନ୍ତି ଏସ. ସୋମନାଥ ।

ଚନ୍ଦ୍ରଯାନ-୩କୁ ନେଇ ସୋମନାଥ କହିଛନ୍ତି ଯେ, ବର୍ତ୍ତମାନ ସେ ଚନ୍ଦ୍ରପୃଷ୍ଠରେ ଶାନ୍ତିରେ ଶୋଇଛି । ଏଥିରେ ବ୍ୟାଘାତ ନ କରି ତାକୁ ଶାନ୍ତିରେ ଶୋଇବାକୁ ଦିଆଯାଉ । ତେବେ ଯେବେ ସେ ଉଠିବା ପାଇଁ ସକ୍ଷମ ହେବ, ସେ ଉଠିବା ସହ ନିଜ କାମ କରିପାରିବ । ତେବେ ଏ ବିଷୟରେ ଅଧିକ କିଛି କହିବା ପାଇଁ ମନା କରି ଦେଇଛନ୍ତି ଏସ. ସୋମନାଥ । ଏହାପରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଉଠିବାର ସମ୍ଭାବନା ରହିଛି । କାରଣ ଏହି ମିଶନରେ ଗୋଟିଏ ଲାଣ୍ଡର ଏବଂ ଗୋଟିଏ ରୋଭର ସାମିଲ ରହିଥିଲେ । ତେବେ ଲାଣ୍ଡର ହେଉଛି ଏକ ବିଶାଳ ସଂରଚନା । ତେଣୁ ଏହାର ସମ୍ପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇ ନଥିଲା । କିନ୍ତୁ ରୋଭରର ପରୀକ୍ଷଣ ୦ ଡିଗ୍ରୀରୁ ୨୦୦ଡିଗ୍ରୀ ସେଲସିୟସ କମ୍ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି । ତେବେ ରୋଭର ଏହାଠାରୁ ମଧ୍ୟ କମ୍ ତାପମାତ୍ରାରେ କାମ କରିବାରେ ସକ୍ଷମ ଥିବା କହିଛନ୍ତି ଇସ୍ରୋ ମୁଖ୍ୟ ।

ତେବେ ଚନ୍ଦ୍ରଯାନ-୩ର ପ୍ରକୃତ ମିଶନ୍ ପୂରଣ ହୋଇ ସାରିଛି । ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ । ଏହା ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା ପ୍ରଜ୍ଞାନ । ଇସ୍ରୋ ବର୍ତ୍ତମାନ ମିଶନ୍ ଦ୍ୱାରା ମିଳିଥିବା ବିଭିନ୍ନ ବୈଜ୍ଞାନିକ ତଥ୍ୟ ଉପରେ ଗବେଷଣା ଜାରି ରଖିଛି ।

Get real time updates directly on you device, subscribe now.