fbpx

ବିଶଲ୍ୟ କରଣି ଠାରୁ କିଛି କମ୍ ନୁହେଁ ଏହି ପତ୍ର; ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ କରିଥାଏ ଭଲ

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକେ ଆମ୍ବ ଖାଇବାକୁ ବହୁତ ପସନ୍ଦ କରନ୍ତି, ଯେଉଁଥିପାଇଁ ଆମ୍ବକୁ ଜାତୀୟ ଫଳର ଆକ୍ଷା ଦିଆଯାଇଛି । ଆମ୍ବକୁ କେବଳ ସ୍ୱାଦିଷ୍ଟ କହିଲେ ହେବନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ ରହିଥାଏ । ଆମ୍ବ ଖାଦ୍ୟରେ ରସଯୁକ୍ତ, ଏହାର ସବୁଜ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିମାଇକ୍ରୋବାୟଲ ଥାଏ, ଯାହା ଅନେକ ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ | ଏହାର ପତ୍ରରେ ଭିଟାମିନ ଏ, ବି ଏବଂ ସି ରହିଥାଏ । ଏହା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ, ଏହାର ପତ୍ର କୁ ଚୋବାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ରୁ ମୁକ୍ତି ମିଳିଥାଏ ।

ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁଜାୟୀ, ଆୟୁର୍ବେଦରେ ଆମ୍ବ କେବଳ ଏକ ଫଳ ନୁହେଁ ବରଂ ଏହାର ଅନେକ ଫାଇଦା ରହିଛି, ଏହାର ପତ୍ର ଚୋବାଇବା ଦ୍ୱାରା ଭିଟାମିନ୍ ସି, ବି ଏବଂ ଏର ଅଭାବ ଦୂର ହୋଇଥାଏ । ଏଥିରେ ହାଇପନୋଟାଇଜିଂ ଗୁଣ ରହିଛି ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ, ଆମ୍ବ ପତ୍ର ଚବାଇଲେ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ, ଏହା ଥଣ୍ଡା, ବ୍ରୋଙ୍କାଇଟିସ୍ ଏବଂ ଆଜମା ରୋଗୀଙ୍କ ପାଇଁ ଲାଭଦାୟକ ଔଷଧ ଅଟେ ।

Get real time updates directly on you device, subscribe now.