fbpx

ଧର୍ମଘଟକୁ ନେଇ ଦୁଇ ଫାଳ ହେଲାକି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ?

ଓଡିଶା ଭାସ୍କର; କାଲିଠୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆସନ୍ତା କାଲିଠାରୁ ଧର୍ମଘଟ କରିବାକୁ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । କାଲି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ ଚାଲିବ ବୋଲି ଆଜି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସରକାରଙ୍କ ଲିଖିତ ପ୍ରତିଶୃତି ନ ମିଳିବାରୁ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଅନ୍ୟପଟେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି, ବାଲେଶ୍ଵର ଜିଲ୍ଲାରେ ବନ୍ଦ ରହିବନି ବସ୍ ଚଳାଚଳ । ଏନେଇ ବାଲେଶ୍ଵର ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କାଲି ଧର୍ମଘଟ ହେବ ମାତ୍ର ଗୋଟିଏ ରାତି ଆଗରୁ ସୂଚନା ଦେବା ଉଚିତ ନୁହେଁ ବୋଲି ବାଲେଶ୍ଵର ବସ୍ ମାଲିକ ସଂଘର ସଭାପତି କହିଛନ୍ତି । ଆମେ ଧର୍ମଘଟକୁ ବିରୋଧ କରୁନାହୁଁ କିନ୍ତୁ ବର୍ତ୍ତମାନ ଧର୍ମଘଟ କରିବାର ଉଚିତ ସମୟ ମନେ କରୁନାହୁଁ । ଏଣୁ ଆସନ୍ତାକାଲି ଆମେ ବସ ଚଳାଇବାକୁ ନିଷ୍ପତି ନେଉଛୁ ବୋଲି ବାଲେଶ୍ଵର ସଙ୍ଘ ଏନେଇ ସ୍ପଷ୍ଟ କରିଛି । ଏହା ସହ ଆସନ୍ତା ୫ ଦିନ ଯାଏଁ ଏହି ଧର୍ମଘଟକୁ ସ୍ଥଗିତ ରଖିବାକୁ ରାଜ୍ୟ ସଂଘଙ୍କୁ ନିବେଦନ କରିଛନ୍ତି ବାଲେଶ୍ଵର ଜିଲ୍ଲା ସଙ୍ଘର ସଭାପତି ।

Get real time updates directly on you device, subscribe now.