fbpx

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ: ଶ୍ରମିକରୁ ମୁଖମନ୍ତ୍ରୀ, ପୁଣି ରାଜ୍ୟପାଳ- ଜାଣନ୍ତୁ ସଂଘର୍ଷମୟ କାହାଣୀ

ଓଡ଼ିଶା ଭାସ୍କର: ଓଡ଼ିଶା ପାଇଁ ନୂଆ ରାଜ୍ୟପାଳଙ୍କ ନାଁ ଘୋଷଣା ହୋଇସାରିଛି । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ତେବେ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ପାଇବା ପୂର୍ବରୁ ନିଜ ଜୀବନରେ ଖୁବ ସଂଘର୍ଷ କରିଛନ୍ତି ରଘୁବର ଦାସ । ଶ୍ରମିକରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀରୁ ଏବେ ରାଜ୍ୟପାଳ । ଏହାକୁ ହିଁ କୁହାଯାଏ ରାଜଜଟକ । କୁହାଯାଉଛି ହାତୀ ସୁନା କଳସରେ ବୋଧେ ତାଙ୍କ ମୁଣ୍ଡରେ ପାଣି ଢାଲିଛି । ପ୍ରଥମ ଥର ଟାଟା ଷ୍ଟିଲର ଏକ ମଜଦୁରକୁ ବିଧାୟକ ଏବଂ ତା ପରେ ମନ୍ତ୍ରୀ, ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ । ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏବେ ରାଷ୍ଟ୍ରପତି ଥିବା ଗଣେଶୀଲାଲ୍ଙ୍କ କାର୍ଯ୍ୟକାଳ ସରି ଯାଇଛି । ତାଙ୍କ ସ୍ଥାନରେ ରଘୁବର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ରଘୁବର କିପରି ତାଙ୍କ ଦାୟିତ୍ୱ ତୁଲାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଗଣେଶୀଲାଲ ଅଧ୍ୟାପନାରୁ ରାଜନୀତିକୁ ଆସିଥିବାବେଳେ ରଘୁବର ଦାସ ଟାଟା କର୍ମଚାରୀରୁ ରାଜନୀତିକୁ ଆସିଛନ୍ତି । ସେହିପରି ଗଣେଶୀଲାଲଙ୍କ ଆଧ୍ୟତ୍ମିକତା ଏପଂ୍ ପରମ୍ପରା ସହ ଜଡିତ ରହିବା ନୀତିକୁ ଓଡ଼ିଶାବାସୀ ଖୁବ ପସନ୍ଦ କରୁଥିଲେ ।

ପ୍ରଥମ ଥର ପାଇଁ ଜଣେ ଶ୍ରମିକଙ୍କୁ ସାମ୍ବିଧାନିକ ପଦ ରାଜ୍ୟପାଳ ଦାୟିତ୍ୱ ଦେଇଛି ବିଜେପି । ଓଡ଼ିଶାର ରାଜ୍ୟପାଳ ଭାବେ ନାଁ ଘୋଷଣା କରାଯିବା ପରେ ନିଜ ପ୍ରତିକ୍ରିୟାରେ ରଘୁବର କହଛନ୍ତି ‘ଏହା ତାଙ୍କ ପାଇଁ ଏକ ନୂଆ ଅନୁଭବ’ । ସେ ଏଥିପାଇଁ ଦଳ ପାଖରେ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ଏକ ସାକ୍ଷାତରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ବିଧାୟକ ଭାବେ କାମ କରିବାର ଅନୁଭବ ଥିଲା । ହେଲେ ସାମ୍ବିଧାନିକ ପଦରେ କାମ କରିବାର ଏହା ପ୍ରଥମ । ତେବେ ପ୍ରଧାନମନ୍ତ୍ରୀ ମୋଦି ଆଦର୍ଶରେ କାମ କରିବି । ଦେଶର ବିକାଶ ହେବ, ରାଜ୍ୟର ବିକାଶ ହେବ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟିମ୍ ଇଣ୍ଡିଆ ଆଦର୍ଶକୁ ନେଇ ଓଡ଼ିଶାର ବିକାଶକୁ ଆହୁରି ଉଚ୍ଚା କରିବା ପାଇଁ କାମ କରିବି । ଏଥିପାଇଁ ବହୁତ ଖୁସି ଅଛି ବୋଲି କହିଛନ୍ତି ରଘୁବର ଦାସ ।

Get real time updates directly on you device, subscribe now.