fbpx

ଗୁଗୁଲ Billing Policyରେ ପରିବର୍ତ୍ତନ, ସରକାରଙ୍କ ହସ୍ତକ୍ଷେପ ପରେ ପ୍ଲେ ଷ୍ଟୋରରେ ପୁନଃ ସାମିଲ ହେଲା ଏହି ଆପ୍

ନୂଆଦିଲ୍ଲୀ: ନିକଟରେ ଗୁୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ ଆପ୍ ହଟାଇ ଦେଇଥିଲା । ଏଥିମଧ୍ୟରେ ଗୁଗୁଲର ବିଲିଂ ପଲିସିକୁ ନେଇ ବିବାଦ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ହସ୍ତକ୍ଷେପ ପରେ ପୁନଃ ଏହି ଆପ୍ ଗୁଡ଼ିକୁ ଗୁଗୁଲ ପ୍ଲେ ଷ୍ଟୋରରେ ସାମିଲ କରିଛି । ସୋମବାର ଗୁଗୁଲ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସେହି କମ୍ପାନୀର ପ୍ରତିନିଧି(ଯେଉଁମାନଙ୍କ ଗୁଗୁଲ ପ୍ଲେ ଷ୍ଟେରରୁ ଏହି ସବୁ ଆପ୍ ହଟାଇ ଦିଆଯାଇଥିଲା ଭେଟିଥିଲା)ଙ୍କ ସହ ଏକ ବୈଠକ କରିଥିଲା । ଏହି ବୈଠକ ପରେ ଗୁଗୁଲ ଏହାର ବିଲିଂ ପଲିସିରେ କିଛିଟା ପରିବର୍ତ୍ତନ କରିଛି ।

ଗୁଗୁଲ ବିଲିଂ ପଲିସି କ’ଣ ?

ଗୁଗୁଲ ପ୍ଲେ ଷ୍ଟୋରରେ ହଜାର ହଜାର ଆପ୍ ଉପଲବ୍ଧ । ଏଥିମଧ୍ୟରୁ ଅନେକ ଆପ୍ ନିଜ ଡେଭେଲପର କମ୍ପାନୀ ପାଇଁ ଭଲ ରାଜସ୍ୱ ସଂଗ୍ରହ କରିଥାନ୍ତି । ଏହି ଡେଭେଲପର କମ୍ପାନୀ ଗୁଗୁଲ ପ୍ଲେ ଷ୍ଟେରରେ ନିଜ ଆପ୍ ପ୍ରକାଶିତ କରାଇବା ପ୍ରତିବଦଳରେ ଗୁଗୁଲକୁ ଏହାର ରୋଜଗାର ଅର୍ଥରୁ ୧୫ରୁ ୩୦ % ଶୁଳ୍କ ପ୍ରଦାନ କରିଥାନ୍ତି । ଏହି ଶୁଳ୍କ ଇନ୍ ଆପ୍ ପର୍ଚେଜ୍, ଆପ୍ ଡାଉନଲୋଡ଼ ଏବଂ ସବସ୍କ୍ରିପସନ(ଉଦାହରଣ ସ୍ୱରୂପ ଶାଦି ଡଟ୍ କମର ପ୍ରିମିୟମ ସେବା)ରୁ ପ୍ରାପ୍ତ ଆୟ ଉପରେ ଲାଗୁ ହୋଇଥାଏ । ତେବେ କିଛି କମ୍ପାନୀ ଏହି ଶୁଳ୍କ ପ୍ରଦାନ କରୁନଥିବା ଗୁଗୁଲ ଅଭିଯୋଗ କରିଥିଲା । ସେମାନେ ଅନ୍ୟ ପ୍ଲେ ଷ୍ଟୋରକୁ ଏହି ଶୁଳ୍କ ପ୍ରଦାନ କରୁଛନ୍ତି । ଅପରପକ୍ଷରେ ଗୁଗୁଲର କହିବାନୁଯାୟୀ ଏଭଳି ନୀତି ସମସ୍ତ ଡେଭେଲପର କମ୍ପାନୀ ପାଇଁ ସମାନ ଅଟେ । ଏହା ଗୁଗୁଲ ପ୍ଲେ ଷ୍ଟେ୍ାରକୁ ଆହୁରି ଉନ୍ନତ ଏବଂ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ । କେତେକ କମ୍ପାନୀ ଗୁଗୁଲର ଏଭଳି ନୀତିକୁ ବିରୋଧ କରିଥିଲେ ।

Competition Commission of India(CCI) ଗୁଗୁଲକୁ ଏଭଳି ନୀତି ଉପରେ ରୋକ୍ ଲଗାଇବା ନେଇ ନିଦେ୍ର୍ଦଶ ଦେଇଥିଲା । ପରେ ଗୁୁଗୁଲ ଆପ୍ ପେମେଣ୍ଟ ବାବଦକୁ ୧୧ରୁ ୨୬ % ଶୁଳ୍କ ଆଦାୟ କରିବା ଆରମ୍ଭ କରିଥିଲା । ଭାରତୀୟ କମ୍ପାନୀ ସୁପ୍ରିମକୋର୍ଟରେ ଗୁଗୁଲ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ରେ ହେବ । ତେବେ ଗୁଗୁଲ Bharat Matrimony, Balaji Telefilms’ Altt, Shaadi, Matrimony.com, Truly Madly, Kuku FM, Quack Quackଭଳି ଅନ୍ୟ ଆପ୍ ଗୁଗୁଲ ପ୍ଲେ ଷ୍ଟେରରୁ ହଟାଇଥିଲା ।

 

Get real time updates directly on you device, subscribe now.