fbpx

ନୂଆ ନିୟମ: ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନିଜ ଆନସର ଶିଟ୍ ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ

ନୂଆଦିଲ୍ଲୀ: ବର୍ତ୍ତମାନ ପରୀକ୍ଷା ଋତୁ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡ ପରୀକ୍ଷା ଚାଲିଛି । ତେବେ ଏହା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ନିୟମ । ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ନିଜ ଆନସର ଶିଟ୍ ନେଇ ଯିବେ । ୫ମ, ଅଷ୍ଟମ ଓ ୯ମ ଶ୍ରେଣୀ ପିଲାମାନେ ନିଜ ଆନସର ଶିଟ୍ ନେଇ ବୋର୍ଡ ପରୀକ୍ଷା ଦେବାକୁ ଯିବେ ବୋଲି କୁହାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ (ଡିଏସଇଏଲ) ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରୀକ୍ଷା ଓ ଆସେସମେଣ୍ଟ ବୋର୍ଡ (କେଏସଇଏବି) ପକ୍ଷରୁ ମାର୍ଚ୍ଚ ୧୧ରୁ ୧୮ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହେବ । ଗତ ୨୦୨୨-୨୩ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ଡିଏସଇଏଲ ପକ୍ଷରୁ ମାଗଣାରେ ଆନସର ବୁକଲେଟ୍ ପ୍ରଦାନ କରାଯାଇଥିଲା । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ କେବଳ ପ୍ରଶ୍ନପତ୍ର ଓ ଗୋଟିଏ ଛାତ୍ରଛାତ୍ରୀଙ୍କ ସୂଚନା ପାଇଁ ଗୋଟିଏ ଶିଟ୍ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହି ନୂଆ ବାବଦରେ ଅବଗତ କରାଯାଇଛି । ତେବେ ଏହି ନିଷ୍ପତ୍ତିକି କିଛି ଅଭିଭାବକ ବିରୋଧ କରିଛନ୍ତି ।

Get real time updates directly on you device, subscribe now.