fbpx

‘ରାଏବରେଲି ଡାକୁଛି…’ ନିର୍ବାଚନ ଲଢ଼ିବାକୁ ପ୍ରିୟକାଙ୍କୁ ଉତ୍ସାହିତ କଲେ ସମର୍ଥକ

ଲକ୍ଷ୍ନୌ: ଗତ ଦୁଇ ଦଶନ୍ଧି ଧରି ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନର ପ୍ରତିନିଧିତ୍ୱ କରି ଆସୁଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସଦସ୍ୟ ଅଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ରାଏବରେଲି ଆସନରୁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଦଳର ପସନ୍ଦକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏଥିମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥକମାନେ ରାଏବରେଲି ନିର୍ବାଚନ ମଣ୍ଡଳୀରେ ତାଙ୍କ ବଡ଼ ବଡ଼ ପୋଷ୍ଟର ଲଗାଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସର ପାରମ୍ପରିକ ଗଡ଼ ଭାବରେ ପରିଚିତ ରାଏବରେଲି ନିର୍ବାଚନ ମଣ୍ଡଳୀ । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥକମାନେ ରାଏବରେଲି ନିର୍ବାଚନ ମଣ୍ଡଳୀରେ ତାଙ୍କ ବଡ଼ ବଡ଼ ପୋଷ୍ଟର ଲଗାଇଛନ୍ତି । ଏଥିରେ ଲେଖା ହୋଇଛି, ‘ପ୍ରିୟଙ୍କା ଗାନ୍ଧୀ ଜୀ ଆପଣଙ୍କୁ ରାଏବରେଲି ଡାକୁଛି । କଂଗ୍ରେସର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନିଅନ୍ତୁ ।’ ଏହି ପୋଷ୍ଟରରେ ସୋନିଆ ଗାନ୍ଧୀ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ର ଶେଖର ଆଜାଦଙ୍କ ଫଟୋ ରହିଛି ।

Get real time updates directly on you device, subscribe now.