fbpx
BJD SKY
BJD SKY

ସିଡନୀର ଏକ ମଲ୍‌ରେ ଅଚାନକ ଖେଳିଗଲା ଆତଙ୍କ, ଅଜଣା ବ୍ୟକ୍ତିଙ୍କ ଛୁରାମାଡରେ ଚାଲିଗଲା ୪ ଜୀବନ 

BJD

ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସହରରେ ଥିବା ଶପିଂ ମଲ୍‌ରେ ଗୁଳିକାଣ୍ଡ ଓ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ବହୁ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ରିପୋର୍ଟ ଅନୁସାରେ ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ସପିଂ ସେଣ୍ଟରରେ ଏହି ଘଟଣା ଘଟିଛି । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ଜଣେ ମହିଳା ଓ ତାଙ୍କ ଶିଶୁଙ୍କ ସହିତ ଦୋକାନୀଙ୍କୁ ଅତି ନିର୍ମମ ଭାବରେ ଛୁରୀ ଭୁସିବା ଆରମ୍ଭ କରିଦେଇଥିଲା । ଏହି ଘଟଣାରେ ମଲ୍‌ର ଚଟାଣ ରକ୍ତ ଛିଟାରେ ଲାଲ୍ ହୋଇଯାଇଥିବାର ସେ କହିଛନ୍ତି । ଏହି ଘଟଣା ପରେ ମଲ୍‌ରୁ ଶହ ଶହ ଲୋକଙ୍କୁ ବାହାର କରି ଦିଆଯାଇଛି ।

ପୋଲିସ କହିଛି ଶନିବାର ସନ୍ଧ୍ୟା ୪ଟା ସମୟରେ ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନରୁ ତାଙ୍କ ପାଖକୁ ଇମର୍ଜେନ୍ସି କଲ୍ ଆସିଥିଲା । ଏବେ ଲୋକମାନଙ୍କୁ ଏହି ଅଞ୍ଚଳରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ଘଟଣା ସଂପର୍କରେ ପଚରାଉଚୁରା ଜାରି ରହିଛି ।

ଅଷ୍ଟ୍ରେଲିଆର ଏକ ନ୍ୟୁଜ୍ ୱେବସାଇଟ୍ ଅନୁସାରେ ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ସ୍ଥିତ ସପିଂ ସେଣ୍ଟରରେ ଲୋକମାନେ କିଣାବିକା କରୁଥିବା ସମୟରେ କେହି ଜଣେ ବ୍ୟକ୍ତି ଏକ୍ସେଲେଟର ତଳେ ଆସି ବଡ ପାଟିରେ ଚିତ୍କାର କରିଥିଲେ କି କେହି ଜଣେ ଲୋକଙ୍କୁ ଛୁରାମାଡ କରୁଛି । ଏହାପରେ ଦେଖାଯାଇଥିଲା କି ସବୁଜ ରଙ୍ଗର ସାର୍ଟ ପିନ୍ଧି ଜଣେ ବ୍ୟକ୍ତି ଏକ୍ସେଲେଟର ତଳେ ଦୌଡି ପଳାଉଛନ୍ତି । ବ୍ୟକ୍ତି ଜଣକ ଡ୍ରଗ୍ସ ନିଶାରେ ପାଗଳ ପ୍ରାୟ ଆଚରଣ କରୁଥିଲା । ଏହା ଦେଖି ଉପରୁ ଲୋକମାନେ ଆକ୍ରମଣକାରୀ ଉପରେ ଭାରି ଜିନିଷ ଫିଙ୍ଗିଥିଲେ ଯାହାଫଳରେ ସେ ଦୌଡି ଚାଲିଯାଇଥିଲା ।

Get real time updates directly on you device, subscribe now.