fbpx

ମହା ଅଷ୍ଟମୀରେ ନିର୍ମିତ ହେଉଛି ଶୁଭ ଯୋଗ; ୫ଟି ରାଶିଙ୍କ ଚମକିବ ଭାଗ୍ୟ, ବର୍ଷିବ ମାତାଙ୍କ କୃପା

ଓଡ଼ିଶା ଭାସ୍କର: ଦେଶରେ ଚୈତ୍ର ନବରାତ୍ରୀର ମହାପର୍ବକୁ ବେଶ ଧୁମ୍‌ଧାମରେ ପାଳନ କରାଯାଉଛି । ଏହି ୯ ଦିନ ବିଧିବିଧାନ ଅନୁଯାୟୀ ଦେବୀ ଦୂର୍ଗାଙ୍କ ନଅଟି ସ୍ୱରୂପଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏପ୍ରିଲ ୧୬ରେ ମହା ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ । ଏହି ଦିନ କନ୍ୟ ପୂଜାର ବିଶେଷ ମହତ୍ୱ ରହିଛି । ଜ୍ୟୋତିଷଙ୍କ କହିବାନୁଯାୟୀ ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହା ଅଷ୍ଟମୀ ତିଥିରେ ସର୍ବାର୍ଥସିଦ୍ଧ ଏବଂ ରବି ଯୋଗ ସ୍ଥାପନ ହେବ । ଏହି ଶୁଭ ଯୋଗ ୫ଟି ରାଶିଙ୍କ ପାଇଁ ଶୁଭ ରହିବ । ତେବେ ଏହି ଦିନ ମାତା ଗୌରୀଙ୍କୁ ହାଲୁଆ, ପୁରୀ ଏବଂ ଚଣାର ଭୋଗ ଅପର୍ଣ କରନ୍ତୁ । ଦୁର୍ଗା ସପ୍ତସତି ପାଠ କରିବା ସହ ମାତା ଗୌରୀଙ୍କ ମନ୍ତ୍ରୋଚ୍ଚାରଣ କରିବା ଦ୍ୱାରା ମାତାଙ୍କ କୃପା ଲାଭ ହୋଇଥାଏ ।

୧. ବୃଷ ରାଶି: ବୃଷ ରାଶିଙ୍କ ପାଇଁ ଧନ, ସମ୍ପତ୍ତି ଲାଭର ଯୋଗ ରହିଛି । ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଧନ ଦାନ କରିବା ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

୨. କର୍କଟ ରାଶି: କ୍ୟାରିୟରରେ ଉନ୍ନତି ହେବା ସହ ପ୍ରଗତିର ନୂତନ ସୁଯୋଗ ମିଳିପାରେ । ଅର୍ଥିକ ସ୍ଥିତି ଭଲ ରହିବ । ନିକଟ ବନ୍ଧୁବାନ୍ଧଙ୍କ ସହ ଦେଖା ସାକ୍ଷାତ ହୋଇପାରେ । ମହା ଅଷ୍ଟମୀ ଦିନ ହଳଦିଆ ଫଳ ଦାନ କରନ୍ତୁ ।

୩. କନ୍ୟା ରାଶି: ଏହି ରାଶିଙ୍କ ପାଇଁ ଧନ ଲାଭର ଯୋଗ ରହିଛି । ଶତ୍ରୁଙ୍କ ଚକ୍ରାନ୍ତରୁ ରକ୍ଷା ପାଇବେ । କୌଣସି ଉପହାର ମିଳିପାରେ । କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ସୁଖଦ ଯାତ୍ରାର ଯୋଗ ରହିଛି । ମା’ଙ୍କ କୃପା ଲାଭ ପାଇଁ ଖାଇବା ଜିନିଷ ଦାନ କରନ୍ତୁ ।

୪. ମକର ରାଶି: ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କ୍ୟାରିୟରରେ ନୂତନ ସୁଯୋଗ ମିଳିବ । ପରିବାରରେ ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇବ । ବସ୍ତ୍ର ଦାନ କରିବା ଆପଣଙ୍କ ପାଇଁ ଶୁଭ ଅଟେ ।

୫. ମୀନ ରାଶି: ଋଣ ଏବଂ ଖର୍ଚ୍ଚରୁ ମୁକ୍ତି ମିଳବ । କ୍ୟାରିୟର ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ପରିବାରରେ ଦେଖାଦେଇଥିବା ବିବାଦ ଦୂର ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମା’ଙ୍କ କୃପା ଲାଭ ପାଇଁ ଖାଇବା ଜିନିଷ ଦାନ କରନ୍ତୁ ।

Get real time updates directly on you device, subscribe now.