fbpx

ଲାପଟପ୍ ଏବଂ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ଉପରେ ବଡ଼ ବିପଦ: ସରକାର ଦେଲେ ଚେତାବନୀ, ତୁରନ୍ତ ହୋଇଯାଅ ଆଲର୍ଟ

ନୂଆଦିଲ୍ଲୀ: କମ୍ପ୍ୟୁଟର ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ପାଇଁ ସରକାର ଚେତାବନୀ ଜାରି ରଖିଛନ୍ତି  । ଏପରି ପରିସ୍ଥିତିରେ ଯଦି ଆପଣ ୱିଣ୍ଡୋଜ୍ ୧୦, ୱିଣ୍ଡୋଜ୍ ୧୧ କିମ୍ବା ମାଇକ୍ରୋସଫ୍ଟ ଅଫିସ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ସତର୍କ ରହିବାକୁ ପଡିବ  । ସିଇଆରଟି-ଇନ୍ ଉପଭୋକ୍ତାମାନଙ୍କୁ ଏକ ସତର୍କ ସୂଚନା ଜାରି କରି କହିଛି ଯେ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ପ୍ରଡକ୍ଟଗୁଡିକ ଉପରେ ସିକ୍ୟୁରିଟୀ ବାଇପାସ୍ ଅର୍ଥାତ୍ ଏକ ପ୍ରକାର ହ୍ୟାକିଂର ବିପଦ ରହିଛି ।

 

ଏହି ବିପଦ ଯୋଗୁଁ ହ୍ୟାକରମାନେ ସହଜରେ ୟୁଜର୍ସଙ୍କ ଲାପଟପ୍ କିମ୍ବା ପିସିକୁ ନିୟନ୍ତ୍ରଣ କରିପାରିବେ  । CERT-In ଏହି ବିପଦକୁ ଅତି ଗମ୍ଭୀର ଅର୍ଥାତ୍ ଜଟିଳ ବର୍ଗରେ ରଖିଛି  ।

 

ଏହିପରି ମାଲୱେର୍ ସିଷ୍ଟମରେ ପହଞ୍ଚେ :-

CERT-In ଅନୁଯାୟୀ, ମାଇକ୍ରୋସଫ୍ଟ ୱିଣ୍ଡୋଜରେ ଏହି ବିପଦର କାରଣ ହେଉଛି ପ୍ରକ୍ସି ଡ୍ରାଇଭର ଭିତରେ ଭୁଲ ଆକ୍ସେସ୍ ପ୍ରତିବନ୍ଧକ ଏବଂ ଏମଓଡବ୍ଲୁ(ମାର୍କ ଅଫ୍ ୱେବ୍) ର ଭୁଲ ବ୍ୟବହାର  । କୁହାଯାଉଛି ଯେ, ସ୍ମାର୍ଟସ୍କ୍ରିନ୍ ସିକ୍ୟୁରିଟି ଫିଚର୍ ପ୍ରୋଟେକ୍ସନ୍ ସିଷ୍ଟମ୍ ମାର୍କ ଅଫ୍ ୱେବ୍ ଫିଚରକୁ ବାଇପାସ୍ କରି ଟାର୍ଗେଟେଡ୍ ସିଷ୍ଟମରେ ମାଲୱେର୍ ଇନଷ୍ଟଲ୍ କରେ  । ମାଲୱେର୍ ଇନଷ୍ଟଲ୍ କରିବାକୁ ହ୍ୟାକର୍ସ ବ୍ୟବହାରକାରୀଙ୍କ ସିଷ୍ଟମକୁ ସ୍ୱତନ୍ତ୍ର ଅନୁରୋଧ ପଠାନ୍ତି  ।

 

ଏହି ପ୍ରଡକ୍ଟଗୁଡିକ ଉପରେ ବିପଦ :-

CERT-In ଅନୁଯାୟୀ, ମାଇକ୍ରୋସଫ୍ଟ ପ୍ରଡକ୍ଟଗୁଡିକ ହ୍ୟାକିଂ ହେବାର ଆଶଙ୍କା ୱିଣ୍ଡୋଜ୍, ଅଫିସ୍, ଡେଭଲପର୍ ଟୁଲ୍ସ, ଆଜୁର, ବ୍ରାଉଜର, ସିଷ୍ଟମ୍ ସେଣ୍ଟର, ମାଇକ୍ରୋସଫ୍ଟ ଡାଇନାମିକ୍ସ ଏବଂ ଏକ୍ସଚେଞ୍ଜ୍ ସର୍ଭର ରହିଛି  । ସିକ୍ୟୁରିଟି ଏଜେନ୍ସି ବ୍ୟବହାରକାରୀଙ୍କୁ କମ୍ପାନୀର ଅପଡେଟ୍ ଗାଇଡରେ ଉଲ୍ଲେଖ କରାଯାଇଥିବା ସୁରକ୍ଷା ଅପଡେଟ୍ ଇନଷ୍ଟଲ୍ କରିବାକୁ କହିଛି ।

Get real time updates directly on you device, subscribe now.