fbpx

ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ(ଓଡିଶା ଭାସ୍କର): ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ରଥ ଦଉଡି । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୨୦ଟି ଦଉଡି । ପୁରୀରେ ୧୪ଟି ରଥ ଦଉଡି ଓ ୬ଟି କର୍ଡନ ଦଉଡି ପହଞ୍ଚିଥିବା ଜଣାପଡିଛି । ରାଜ୍ୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ ହୋଇଥିବା ବେଳେ ୧୦୦ ମିଟର ଲମ୍ବା ଘେର ଦଉଡିଗୁଡିକୁ ବିଭିନ୍ନ ରଙ୍ଗରେ ରଙ୍ଗିତ କରାଯାଇଛି ।

ଅନ୍ୟପଟେ କୋଭିଡ ସଂକ୍ରମଣ ମୁକ୍ତ ହୋଇଛି ପୁରୀର ରଥଖଳା । ପୁରୀ ରଥଖଳାରେ ସଫଳ ହୋଇଛି ବାୟୋ ବବଲ ବ୍ୟବସ୍ଥା । ରଥଖଳାରେ ଯୋଗଦେଇଛନ୍ତି ୧୮୩ ରଥ ନିର୍ମାଣ ସେବକ । ତେବେ ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.