fbpx

ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ: ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ବିଜେଡିର ଜିଲ୍ଲା ପରିସଦ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ଭିକ୍ଷୋପ କରିଛନ୍ତି । ଏଥିସହିତ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ତାଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି । ଏଥିସହିତ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ।

ତେବେ ଗତ ୨୪ ତାରିଖରେ ପୁରୀ ଜିଲ୍ଲା ପରିସଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦହ ଜନକ ଭାରରେ ମୃତ୍ୟୁ ହୋଇଥିଲା । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ବେଳେ ଏହାକୁ ନେଇ ବିବାଦ ବଢିବାର ଲାଗିଛି । ଯାହାଫଳରେ ଆଜି ଛାତ୍ର କଂଗ୍ରସ କର୍ମୀମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନରେ ଭିକ୍ଷୋପ କରିବା ସହ ଅଣ୍ଡା ଏବଂ ଟମାଟୋ ମାଡ କରିଥିଲେ ।

Get real time updates directly on you device, subscribe now.