fbpx

(Video) ଗୁରୁ ଶିଷ୍ୟ ସଂପର୍କରେ କଳଙ୍କର ଦାଗ, ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ: ଦେଖନ୍ତୁ ଭିଡିଓ…

ପୁଣି ଛାତ୍ରୀଙ୍କୁ ଅସଦାଚରଣ… ଗୁରୁ ଶିଷ୍ୟ ସଂପର୍କରେ ଲାଗିଲା ପୁଣି କଳଙ୍କ… ଗୁରୁବାର ନବରଙ୍ଗପୁର ଜିଲ୍ଲାର ଘଟିଥିବା ଏଭଳି ଏକ ଘଟଣା ବଡ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆମ ସଭ୍ୟ ସମାଜରେ ଗୁରୁଙ୍କ ପଦ ସବୁଠାରୁ ଉଚ୍ଚରେ ଥିବାବେଳେ ପୁଣି ଏଭଳି ଏକ କଳଙ୍କିତ ଫର୍ଦ ଯୋଡି ହୋଇଯାଇଥିଲା ।

ନବରଙ୍ଗପୁର ଜିଲ୍ଲାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ହିର୍ଲିଠାରେ ଗୁରୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ଏକଲବ୍ୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା କେମେଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଗତ କିଛି ଦିନ ଦିନରୁ ଏଭଳି ଛାତ୍ର୍ରୀଙ୍କ ଉପରେ ଅସଦାଚରଣ କରି ଆସୁଥିଲେ । ବର୍ତ୍ତମାନ ସ୍କୁଲର ଛାତ୍ରଛାତ୍ରୀଙ୍କ ମିଳିତ ଅଭିଯୋଗ ପରେ ସଂପୃକ୍ତ କେମେଷ୍ଟ୍ରି ଶିକ୍ଷକଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

ଗିରଫ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପରେ କୋର୍ଟ ଫୋରୱାର୍ଡ କରିଛି ପୋଲିସ । ଗିରଫ ଅଧ୍ୟାପକ ଅମର କୁମାର ନାଥ ଙ୍କ ବିରୋଧରେ ଜାତିଭିତିକ ମାମଲା 354A , 354D , 506, 509 ଏବଂ ପୋସ୍କୋ ଆକ୍ଟ 12 ଭଳି ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.