fbpx
BJD
BJD SKY
BJD SKY

ଆଜିଠୁ ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର: ନୂଆ ଆର୍ଥିକ ବର୍ଷରେ ନୂଆ ରେଟ୍ ଲାଗୁ

BJD

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୩୨ ଟଙ୍କା ହ୍ରାସ ପାଇଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୨ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୩୨ ଟଙ୍କା ହ୍ରାସ ପାଇଛି କମର୍ସିଆଲ ଗ୍ୟାସ ଦର । ଏହାବ୍ୟତୀତ ମୁମ୍ବାଇରେ ୩୧.୫୦ ଏବଂ ଚେନ୍ନାଇ ୩୦.୫୦ ଟଙ୍କା ହ୍ରାସ କରାଯାଇଛି । ମୂଲ୍ୟ ହ୍ରାସ ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୭୯୫ ଟଙ୍କାରୁ ଖସି ୧୭୬୪.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୧୯୧୧ ଟଙ୍କା ପରିବର୍ତ୍ତେ ୧୮୭୯ ଟଙ୍କାରେ ଉପଲବ୍ଧ ହୋଇପାରିବ । ମୁମ୍ବାଇ ଏହା ୧୭୪୯ ପରିବର୍ତ୍ତେ ୧୭୧୭.୫୦ ଟଙ୍କାରେ ମିଳିପାରିବ । ତେେ ଚେନ୍ନାଇରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୯୩୦ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.