fbpx

୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ: ଖସାପଡ଼ା ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜୀଉଙ୍କ ଖସାପଡ଼ା ନୀତି ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଲାଗି ପରେ ନୀତି ହେବ । ଏହାପରେ ୧୦ ଟା ପରେ ପୁଣିଥରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅନୁମତି ମିଳିପାରିବ ।

ଆଜି ଶ୍ରୀମନ୍ଦିର ମହାପ୍ରଭଙ୍କୁ ଖସାପଡ଼ା ନୀତି ସମ୍ପନ୍ନ ହେବ। ଏହା ଶ୍ରୀଜିଉଙ୍କ ଗୁପ୍ତ ସେବା ହୋଇଥିବାରୁ ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି । ଖସାପଡ଼ା ନୀତି ମହାପ୍ରଭଙ୍କୁ ଗୁପ୍ତ ସେବା। ଏହି ସମୟରେ ଠାକୁରଙ୍କ ଦର୍ଶନକୁ ବାରଣ କରାଯାଇଥାଏ। ଖସାପଡ଼ା ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୋଇଥାଏ । ଦଇତାପତିମାନେ ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା ସମ୍ପନ୍ନ କରିବେ । ଦ୍ୱିପହରଧୂପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଏଣୁ ଖସାପଡ଼ା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ ।

Get real time updates directly on you device, subscribe now.