fbpx

ଏହି ଦିନରୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ… ତୈଳଦରକୁ ନେଇ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ନୂଆବର୍ଷରେ ଗାଡ଼ି ଚାଳକମାନଙ୍କ ପାଇଁ ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନରୁ ସ୍ଥିର ହୋଇ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇପାରେ ମୂଲ୍ୟହ୍ରାସ । ସାଧାରଣ ଲୋକଙ୍କୁ ଏଣିକି ଶସ୍ତାରେ ମିଳିପାରେ ପେଟ୍ରୋଲ-ଡିଜେଲ । ତେବେ ଏ ନେଇ ବଡ଼ ବୟାନ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ନିର୍ବାଚନ ପାଇଁ କେନ୍ଦ୍ର ସରକାର ପେଟ୍ରୋଲଽଡିଜେଲ ଦରକୁ ହ୍ରାସ କରିବା ପାଇଁ ଚିନ୍ତା କରୁଥିବା ସେ ପ୍ରକାଶ କରିଛନ୍ତି । ଗତ ମାସରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିଥିବା ରେକର୍ଡ କରାଯାଇଛି । ତେଣୁ ଏଥିରୁ ମିଳିଥିବା ଲାଭ ସାଧାରଣ ଜନତାଙ୍କୁ ମଧ୍ୟ ମିଳିବା ଉଚିତ ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ସୂଚନା ଅନୁସାରେ, ଡିସେମ୍ବର ମାସରେ ଅଶୋଧିତ ତୈଳର ମୂଲ୍ୟ ୮୦ ଡଲାରରୁ ଖସି ୭୫-୭୭ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ଏହାଦ୍ୱାରା ତୈଳ କମ୍ପାନୀଗୁଡ଼ିକ ଅନେକ ଲାଭବାନ୍ ହୋଇଛନ୍ତି । ତେଣୁ ଏହି ଲାଭରୁ କିଛି ଫାଇଦା ସାଧାରଣ ଲୋକଙ୍କୁ ମଧ୍ୟ ଦିଆଯିବା ଉଚିତ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ତେବେ ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, କେନ୍ଦ୍ର ଏ ନେଇ କୌଣସି ତୈଳ କମ୍ପାନୀ ସହ ଆଲୋଚନା କରିନାହାନ୍ତି । ଏସବୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଟକଳ ଲଗାଯାଉଛି ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ଅସ୍ଥିର ରହିଛି । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ତୈଳଦର ହ୍ରାସକୁ ନେଇ ଗୁଜବ ଭାଇରାଲ ହେଉଛି । ଏସବୁ ମିଥ୍ୟା ଖବର ବୋଲି ସ୍ପଷ୍ଟ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ଡିସେମ୍ବରରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ସମ୍ଭାବନାକୁ ନେଇ ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ରିପୋର୍ଟରୁ ଜାଣିବାକୁ ମିଳିଥିଲା । ପେଟ୍ରୋଲ-ଡିଜେଲ ମୂଲ୍ୟହ୍ରାସ ପାଇଁ ଦାବି କରାଯାଇପାରେ, କିନ୍ତୁ ଏହା ଟାକ୍ସରେ ରିହାତି ଯୋଗୁଁ ହୋଇପାରିବ ନାହିଁ ବୋଲି କହିଥିଲେ ସମ୍ପୃକ୍ତ ଅଧିକାରୀ । ଏହାପରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ତୈଳ ଉତ୍ସକୁ ବିବିଧ କରିବା ଉପରେ ଧ୍ୟାନ ଦେଉଛି। ଭାରତ ୮୫% ରୁ ଅଧିକ ତୈଳ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି ଭାରତ । ତେବେ ଭାରତ କୌଣସି ଦେଶ ସହିତ ତୈଳ ଆମଦାନୀ ଆରମ୍ଭ କରିପାରିବ, ଏଥିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ।

Get real time updates directly on you device, subscribe now.