fbpx

ଅଯୋଧ୍ୟା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପ୍ରଶ୍ନ; ‘କାହିଁକି ନୂଆ ପ୍ରତିମୂର୍ତ୍ତିର ଆବଶ୍ୟକତା ହେଲା ?’

"ସେହି ପ୍ରତିମୂର୍ତ୍ତି କାହିଁକି ସ୍ଥାପନ କରାଗଲା ନାହିଁ? କେଉଁଠୁ ଆସୁଛି ନୂଆ ମୂର୍ତ୍ତି ?"

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ ସିଂହ କହିଛନ୍ତି, ରାମ ଲାଲାଙ୍କ ପ୍ରତିମୂର୍ତ୍ତି କେଉଁଠି ଅଛି, ଯାହାକୁ ନେଇ ସବୁ ବିବାଦ ହୋଇଥିଲା। ସେହି ପ୍ରତିମୂର୍ତ୍ତି କାହିଁକି ସ୍ଥାପନ କରାଗଲା ନାହିଁ? କେଉଁଠୁ ଆସୁଛି ନୂଆ ମୂର୍ତ୍ତି ? ଆମେ ସେମାନଙ୍କୁ ପଚାରିବାକୁ ଚାହୁଁଛୁ ଯେ କାହିଁକି ଏକ ନୂତନ ପ୍ରତିମୂର୍ତ୍ତିର ଆବଶ୍ୟକତା ଥିଲା।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜାନୁଆରୀ ୧ ତାରିଖ ସକାଳେ ଏକ ଫଟୋ ଜାରି କରି ଲେଖିଥିଲେ ଯେ ‘ରାମ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତି ଚୟନ କରାଯାଇଛି। ଏହି ପ୍ରତିମୂର୍ତ୍ତିକୁ ଦକ୍ଷିଣ ଭାରତୀୟ ମୂର୍ତ୍ତିଶିଳ୍ପୀ ଯୋଗୀରାଜ ଅରୁଣ ନିର୍ମାଣ କରିଛନ୍ତି। ତେବେ ଏ ନେଇ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ।

ଗତ ଜାନୁଆରି ୨ ତାରିଖରେ ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି, ତିନି ଜଣ ମୂର୍ତ୍ତିଶିଳ୍ପୀ ଭଗବାନ ରାମଙ୍କ ତିନୋଟି ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ମନ୍ଦିରର ତିନି ମହଲାରେ ତିନୋଟି ମୂର୍ତ୍ତି ର ଆବଶ୍ୟକତା ରହିଛି । ତିନୋଟି ମୂର୍ତ୍ତିର ବୟସ ବର୍ଗ ସମାନ । ଗର୍ଭଗୃହରେ କେଉଁ ମୂର୍ତ୍ତି ସ୍ଥାପନ ହେବ, ଆମେ ଏହି ମାମଲା ଆଚାର୍ଯ୍ୟମାନଙ୍କ ଉପରେ ଛାଡ଼ି ଦେଇଛୁ।

କିନ୍ତୁ ଦିଗବିଜୟ ସିଂହ ଯେଉଁ ମୂର୍ତ୍ତି ବିଷୟରେ କହୁଛନ୍ତି ତାହାରାମ ଲାଲାଙ୍କ ମୂର୍ତ୍ତି ଭାବେ ପରିଚିତ। ୧୯୪୯ ମସିହାରୁ ଏହି ମୂର୍ତ୍ତିକୁ ତାରପାଲିନରେ ଆଚ୍ଛାଦିତ ଏକ ଅସ୍ଥାୟୀ ମନ୍ଦିରରେ ରଖାଯାଇଥିଲା, ଯାହା ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ହଟାଇ ଦିଆଯାଇଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ମୂର୍ତ୍ତି ବିଷୟରେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ବର୍ଷର କିଛି ବିଶେଷ ଦିନରେ ହିଁ ଏହି ମୂର୍ତ୍ତି ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.