fbpx

ବଦଳିଲେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର; ଅରିନ୍ଦମ ବାଗଚୀଙ୍କ ସ୍ଥାନରେ ରଣଧୀର ଜୟସ୍ୱାଲ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅରିନ୍ଦମ ବାଗଚୀଙ୍କ ସ୍ଥାନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇବେ ରଣଧୀର ଜୟସ୍ୱାଲ। ଜୟସ୍ୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅରିନ୍ଦମ ବାଗଚୀଙ୍କୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଥିଲା।

୧୯୯୫ ବ୍ୟାଚ୍ ର ଭାରତୀୟ ବୈଦେଶିକ ସେବା ଅଧିକାରୀ ବାଗଚୀ ମାର୍ଚ୍ଚ ୨୦୨୧ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରଣଧୀର ଜୟସ୍ୱାଲ ଜୁଲାଇ ୨୦୨୦ରେ ନ୍ୟୁୟର୍କରେ କନସୁଲ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜୟସ୍ୱାଲ ହେଉଛନ୍ତି ଭାରତୀୟ ବୈଦେଶିକ ସେବାର ୧୯୯୮ ବ୍ୟାଚ୍ ର ଅଧିକାରୀ। ସେ ପର୍ତ୍ତୁଗାଲ, କ୍ୟୁବା, ଦକ୍ଷିଣ ଆଫ୍ରିକା ଏବଂ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ସମେତ ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

 

Get real time updates directly on you device, subscribe now.