fbpx

ଦେଶର ଏହି ସ୍ଥାନରେ ମିଳୁଛି ଶସ୍ତା ପେଟ୍ରୋଲ, ମୂଲ୍ୟ @୨୦

ସାରା ଦେଶରେ କରୋନର ମୁକାବିଲା କରିବା ପାଇଁ ଲକ୍-ଡାଉନ୍ ଲାଗୁ ହେବା ପରେ ସାଧାରଣ ଲୋକଙ୍କ ଅସୁବିଧା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ପେଟ୍ରୋଲ-ଡିଜେଲ ଦର ମଧ୍ୟ ବୃଦ୍ଧିପାଉଛି । ସରକାରୀ ତ୍ରେଳ କମ୍ପାନୀଗୁଡିକ ଗତ ୧୯ ଦିନରେ ଲିଟର ପିଛା ପେଟ୍ରୋଲର ଦାମ୍ ୮.୬୬ ଟଙ୍କା ବଢାଇଥିବା ବେଳେ ଡିଜେଲ ୧୦.୩୯ ଟଙ୍କା ବୃଦ୍ଧି କରିଛନ୍ତି । କିନ୍ତୁ ଏବେବି ଦେଶରେ ଏପରି ଏକ ରାଜ୍ୟ ଅଛି, ଯେଉଁଠାରେ ପେଟ୍ରୋଲ-ଡିଜେଲ ୭୦ଟଙ୍କା ତଳକୁ ମିଳିଛୁ ।
ତେବେ ଦେଶର ଦକ୍ଷିଣ ଭାଗରେ ଥିବା ଆଣ୍ଡାମାନ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରରେ ପେଟ୍ରୋଲ ଲିଟର ପିଛା ମାତ୍ର ୬୭.୪୧ ଟଙ୍କାରେ ବିକ୍ରି ହେଉଛି । ସେହିପରି ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ମହାରାଷ୍ଟ୍ରର ପରଭଣୀରେ ବିକ୍ରିି ହେଉଛି । ସେଠାରେ ଲିଟର ପିଛା ପେଟ୍ରୋଲ ଦର ୮୬.୭୦ ଟଙ୍କାରେ ବିକ୍ରି ହେଉଛି, ଯାହାକି ଭାରତରେ ସର୍ବାଧିକ ମୂଲ୍ୟ ।

ଅନ୍ୟପଟେ ଆଇଓସି ୱୋସାଇଟରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଭାରତରେ ସର୍ବାଧିକ ମୂଲ୍ୟରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୮୦.୦୨ ଟଙ୍କାରେ ବିକ୍ରିି ହେଉଛି । ବର୍ତ୍ତମାନ ସମୟରେ ଦିଲ୍ଲୀରେ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି । ସେହିପରି ରାଜସ୍ଥାନର ରାଜଧାନୀ ଜୟପୁରରେ ଡିଜେଲ ମୂଲ୍ୟ ୮୦ ଟଙ୍କାରୁ ଅଧିକ ହୋଇଛି ।

Get real time updates directly on you device, subscribe now.