fbpx
BJD SKY
BJD SKY

LORD ଶାର୍ଦ୍ଦୁଲଙ୍କ ଚମକ୍ରାର ବୋଲିଂ ସତ୍ୱେ ହାରିଲା ଚେନ୍ନାଇ; ଟେବଲ ଟପରେ ଦିଲ୍ଳୀ

BJD

ନୂଆଦିଲ୍ଳୀ: ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁରଙ୍କ ଚମକ୍ରାର ବୋଲିଂ ସତ୍ତେ୍ୱ ଶେଷ ଓଭରରେ ମ୍ୟାଚକୁ ଜିତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୩୭ ରନ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଳୀ ଅନ୍ତିମ ଓଭରର ୫ମ ବଲରେ ମ୍ୟାଚକୁ ଜିତି ନେଇଥିଲା । ଏକଦା ୯୮ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ୧୮ ବଲରୁ ୨୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ ସିମରନ ହେତମେୟର । ଶିଖର ଧୱନ ୩୫ ବଲ ଖେଳି ୩୯ ରନ କରିବା ସହିତ ବଢିଆ ଆରମ୍ଭ ପ୍ରଦାନ କରିଥିଲେ । ଶାର୍ଦ୍ଦୁଲ ଠାକୁର ୪ ଓଭରରେ ମାତ୍ର ୧୩ ରନ ବ୍ୟୟ କରି ୨ଟି ୱିକେଟ ଅକ୍ତିଆର କରିଥିଲେ । ଶାର୍ଦ୍ଦୁର୍ଲଙ୍କ ବ୍ୟତିତ ରବୀନ୍ଦ୍ର ଜାଡେଜା ଦୁଇଟି ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ପ୍ରଥମ ୱିକେଟରେ ୨୮ ରନ ସଂଗ୍ରହ କରିଥିଲେ ଋତୁରାଜ ଗାଏକ୍ୱାଡ ଓ ଫାଫ ଡୁପ୍ଲେସିସ । ତୃତୀୟ ଓଭରରେ ଡୁପ୍ଲେସିସ ଆଉଟ ହେବା ପରେ ରନ ଗତି ସାମାନ୍ୟ ଧୀମେଇ ଯାଇଥିଲା । ରବିନ ଉତ୍ଥାପ୍ପା ୧୯ ରନ କରିଥିଲେ । ମୋଇନ ଅଲୀ(୫) ବିଫଳ ହୋଇଥିବା ବେଳେ ଅମ୍ବାତି ରାୟୁଡୁ ଅପରାଜିତ ୫୫ ରନ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ପ୍ରଦାନ କରିଥିଲେ । ଅକ୍ଷର ପଟେଲ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆନିର୍କ ନର୍ଜେ, ଆର. ଅଶ୍ୱିନ ଓ ଆଭେଶ ଖାନ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.