fbpx

ନୂଆ ଦଳ ସହ ଓହ୍ଲାଇବ ଚେନ୍ନାଇ: ସୁପର ଜିଆଣ୍ଟସ ସହ ଲଢିବେ ଏହି ‘Super Kings’, ଦେଖନ୍ତୁ ପ୍ଲେଇଙ୍ଗ-୧୧

ନୂଆଦିଲ୍ଲୀ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଗତ ମ୍ୟାଚରେ ଚେନ୍ନାଇକୁ ନିଜ ଗ୍ରାଉଣ୍ଡରେ ପରାସ୍ତ କରିଛି ସିଏସକେ । କିନ୍ତୁ ଆଜି ଚେନ୍ନାଇ ନିଜ ଘରେ ଲକ୍ଷ୍ନୌକୁ ଭେଟିବାକୁ ଯାଉଛି । ତେଣୁ ଏହି ପରାଜୟର ପ୍ରତିଶୋଧ ପାଇଁ ଆଜି ନୂଆ ରଣନୀତି ସହ ମଇଦାନକୁ ଫେରିବ ଚେନ୍ନାଇ । ସୁପର ଜିଆଣ୍ଟସକୁ ମାତ୍ ଦେବା ପାଇଁ ଦଳରେ ବଡ଼ ପରିବର୍ତ୍ତନ କରିପାରେ ୟେଲୋ ଆର୍ମି । ତେବେ ଚେନ୍ନାଇ-ଲକ୍ଷ୍ନୌ ବିପକ୍ଷ ଏହି ମ୍ୟାଚରେ କ’ଣ ରହିପାରେ ପ୍ଲେଇଙ୍ଗ-୧୧ ଆସନ୍ତୁ ଜାଣିବା ।

ଚେନ୍ନାଇର ହୋମ୍ ଗ୍ରାଉଣ୍ଡରେ ଆଜି ଦଳ ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି । ତେବେ ଚଳିତ ସିଜନରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋମ ଗ୍ରାଉଣ୍ଡରେ ଚେନ୍ନାଇ କୌଣସି ମ୍ୟାଚରେ ପରାସ୍ତ ହୋଇନାହିଁ । ତେଣୁ ଏହି ରେକର୍ଡକୁ ବଜାୟ ରକିବା ଉଦ୍ଦେଶ୍ୟରେ ଦଳରେ ପରିବର୍ତ୍ତନ କରି ଲକ୍ଷ୍ନୌକୁ ଚକମା ଦେବାକୁ ଚାହିଁବେ ଅଧିନାୟକ ଋତୁରାଜ । ଆଜିର ପ୍ଲେଇଙ୍ଗ-୧୧ରେ ପୁଣିଥରେ ଅଧିନାୟକ ଋତୁରାଜଙ୍କ ସହ ରଚିନ୍ ରବିନ୍ଦ୍ରଙ୍କୁ ଓପନିଙ୍ଗ ଭାର ପ୍ରଦାନ କରାଯାଇପାରେ । ଗତ ୨ଟି ମ୍ୟାଚରେ ଅଜିଙ୍କ୍ୟା ରାହାଣେ ଓପନ୍ କରିଥିବା ବେଳେ ଦଳର ଏହି ପ୍ଲାନ ସଫଳ ହୋଇନାହିଁ । ତେଣୁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ରାହାଣେଙ୍କୁ ୩ ନମ୍ବରରେ ଖେଳାଇପାରେ ଚେନ୍ନାଇ ।

ଏହାବ୍ୟତୀତ ଶ୍ରୀଲଙ୍କା ସ୍ପିନର ମହୀଷ ଥୀକ୍ଷଣା ଦଳରେ କମବ୍ୟାକ କରିପାରନ୍ତି । ପ୍ଲେଇଙ୍ଗ-୧୧ରେ ତାଙ୍କୁ ସୁଯୋଗ ମିଳିଲେ ସ୍ପିନ ବିଭାଗକୁ ସେ ଲିଡ କରିପାରନ୍ତି । କୋଲକାତା ବିପକ୍ଷ ମ୍ୟାଚରେ ତାଙ୍କୁ ଏଠାରେ ସୁଯୋଗ ମିଳିଥିଲା । ତେବେ ଥୀକ୍ଷଣା ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ପୁଣିଥରେ ଦଳରୁ ବାଦ୍ ପଡ଼ିପାରନ୍ତି । ସେପଟେ ମଥୀଷା ପଥୀରାନା ପୁଣିଥରେ ଦଳରେ ଇମ୍ପାକ୍ଟ ଖେଳାଳି ଭାବରେ ଦଳରେ ସାମିଲ ହୋଇପାରନ୍ତି ।

ଲକ୍ଷ୍ନୌ ବିପକ୍ଷରେ ଏମିତି ରହିପାରେ ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଶିବମ ଦୁବେ, ସମୀର ରିଜଭୀ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଦୀପକ ଚହର/ଶାର୍ଦ୍ଦୁଳ ଠାକୁର, ମୁସ୍ତାଫିଜୁର ରହମାନ, ତୁଷାର ଦେଶପାଣ୍ଡେ, ମହୀଷ ଥୀକ୍ଷଣା

ଇମ୍ପାକ୍ଟ ପ୍ଲେୟର: ମଥୀଷା ପଥୀରାନା, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ସେକ୍ ରାଶିଦ

Get real time updates directly on you device, subscribe now.