fbpx

ଆଜି ଆକାଶରେ ଦୃଶ୍ୟମାନ ହେବ ‘ଫିଙ୍କ ମୁନ’, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ଆଜି ମଙ୍ଗଳବାର ୨୩ ଏପ୍ରିଲରେ ଚୈତ୍ର ପୂର୍ଣ୍ଣିମା ଏବଂ ହନୁମାନ ଜୟନ୍ତି ପାଳନ କରାଯାଉଛି । ଏଥିସହ ଆଜି ଆକାଶରେ ପିଙ୍କ ମୁନ ଦୃଶ୍ୟମାନ ହେବ । ବୈଜ୍ଞାନିକଙ୍କ ଅନୁଯାୟୀ, ଆଜି ଚନ୍ଦ୍ର ପୃଥିବୀର ଅଧିକ ନିକଟତ ହେବ ଏବଂ ଚନ୍ଦ୍ରର ଆକାର ମଧ୍ୟ ଅନ୍ୟ ଦିନ ତୁଳନାରେ ବଡ଼ ଦେଖାଯିବ । ତେବେ ଆସନ୍ତୁ ଜାଣିବା ପିଙ୍କ ମୁନର ମହତ୍ତ୍ୱ ଏବଂ ସମୟ ବିଷୟରେ ।

ଏପ୍ରିଲ ମାସର ପୂର୍ଣ୍ଣିମାର ଚନ୍ଦ୍ର କୁ ପିଙ୍କ ମୁନ କୁହାଯାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆକାଶରେ ଚାନ୍ଦ ସଂପୂର୍ଣ୍ଣ ଭାବେ ପିଙ୍କ କଲର ଆସିବ । ଏହାର ନାମ ପିଙ୍କ ମୁନ ଏପ୍ରିଲରେ କାନାଡ଼ା ଏବଂ ଆମେରିକାରେ ଫୁଟୁଥିବା ଏକ ଫୁଲର ନାମରେ ଏହାର ନାମ ରଖାଯାଇଛି । ଯାହାକୁ ମାସ୍କ ପିଙ୍କ କୁହାଯାଏ । ସେଥିପାଇଁ ଏହାର ନାମ କେବଳ ପିଙ୍କ ମୁନ, ଏହାର କୌଣସି କାରଣ ନାହିଁ ।

ବୈଜ୍ଞାନିକଙ୍କ ଅନୁଯାୟୀ, ଅନ୍ୟ ଦିନ ତୁଳନାରେ ଆଜି ଚନ୍ଦ୍ରମା ହାଲକା ସିଲଭର ଏବଂ ଗିଲ୍ଡେନ ରଙ୍ଗରେ ନଜର ଆସିବ । ପୂର୍ଣ୍ଣିମା ଦିନ ଚନ୍ଦ୍ର ପୃଥିବୀର ନିକଟତର ହୋଇଥାଏ । ଯେଉଁ କାରଣରୁ ଏହା ଅନ୍ୟ ଦିନ ତୁଳନାରେ ଅଧିକ ବଡ଼ ଏବଂ ଉଜ୍ୱଳିତ ଦେଖାଯିବ ।

Get real time updates directly on you device, subscribe now.