fbpx

Big Breaking: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ ଭିଜିଲାନ୍ସକୁ କୋର୍ଟ ନୋଟିସ କରିଛନ୍ତି । ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲେ । ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ । ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ ।

Get real time updates directly on you device, subscribe now.