fbpx

Chess Olympiad 2024; ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କଲେ ମହିଳା ଖେଳାଳି: ଫାଇନାଲ ରାଉଣ୍ଡରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ୨୦୨୪ ଚେସ୍ ଅଲିମ୍ପିଆଡର ଫାଇନାଲ ରାଉଣ୍ଡରେ ଆଜରବେଜାନକୁ ପରାସ୍ତ କରି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଖେଳାଳି । ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟର ସାଇମା ସ୍ପୋର୍ଟସ ଆଣ୍ଡ କନଫରେନ୍ସ ସେଣ୍ଟରରେ ଭାରତ ଏହି ଇତିହାସ ସୃଷ୍ଟି କରିଛି । ଫାଇନାଲ ରାଉଣ୍ଡରେ ଦିବ୍ୟ ଦେଶମୁଖ, ବନିତା ଅଗ୍ରୱାଲଏବଂ ହରିକା ଦ୍ରୋଣାବଲ୍ଲି ଐତିହାସିକ ବିଜୟ ହାସଲ କରିଛନ୍ତି । ଏହାବ୍ୟତୀତ ଆର. ବୈଶାଳୀ ରାଉଣ୍ଡ ଡ୍ର କରିବାରେ ସଫଳ ହୋଇଛନ୍ତି ।

ତେବେ ଏହି ଐତିହାସିକ ବିଜୟରେ ଭାରତକୁ ବେଶ୍ ସହାୟକ ହୋଇଛି ଆମେରିକା । କାଜକିସ୍ତାନ ବିପକ୍ଷ ମ୍ୟାଚ ଡ୍ର କରିବା ସହ ଭାରତକୁ ଆମେରିକା ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛି । ହରିକା ଏବଂ ବନ୍ତିକା ନିଜ ବୋର୍ଡରେ ବିଜୟ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ଭାରତୀୟ ମହିଳା ଖେଳାଳି ଆଜରବେଜାନକୁ ୩.୫-୦.୫ ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହାସହିତ କାଜକିସ୍ତାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ଆମେରିକା ବ୍ରୋଞ୍ଜ ପଦକରେ ଅଭିଯାନ ଶେଷ କରିଛି । ସମଗ୍ର ଟୁର୍ନାମେଣ୍ଟରେ ଭାରତ କ୍ଲିନିକାଲ୍ ଥିଲା । ଅଭିଜ୍ଞ ଅଭିଜିତ୍ କୁଣ୍ଟେଙ୍କ ନେତୃତ୍ୱରେ ଏହି ଦଳ ପୋଲାଣ୍ଡ ବିପକ୍ଷରେ ମାତ୍ର ଗୋଟିଏ ରାଉଣ୍ଡ ଡ୍ରପ କରିଥିବା ବେଳେ ୧୧ ରାଉଣ୍ଡ ମଧ୍ୟରୁ ୯ଟି ମ୍ୟାଚରେ ବିଜୟ ହାସଲ କରିଛି ।

ପ୍ରଥମ ୭ ରାଉଣ୍ଡରେ ପୋଲାଣ୍ଡକୁ ୧.୫-୨.୫ ହାରିବା ପୂର୍ବରୁ ଭାରତ ଅପରାଜିତ ରହିଥିଲା। ଏହା ପରେ ନବମ ରାଉଣ୍ଡରେ ଆମେରିକା ବିପକ୍ଷରେ ୨-୧ ଗୋଲରେ ଡ୍ର ହୋଇଥିଲା। ମହିଳା ଟିମ୍ ସହ ପୁରୁଷ ଦଳ ମଧ୍ୟ ୪୫ ତମ ଅଲିମ୍ପିଆଡରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛି । ଓପନ୍ ଏବଂ ମହିଳା ବିଭାଗରେ ଶ୍ରେଷ୍ଠ ସାମଗ୍ରିକ ପ୍ରଦର୍ଶନ ସହିତ ଦଳକୁ ପୁରସ୍କୃତ ହୋଇଥିବା ଗପ୍ରିନ୍ଦାଶଭିଲି ଟ୍ରଫି ମଧ୍ୟ ଭାରତ ବଜାୟ ରଖିଛି। ଏହା ପୂର୍ବରୁ ମହିଳା ବିଭାଗରେ ଭାରତ ୨୦୨୨ ଅଲିମ୍ପିଆଡରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲା । ମହାବାଲିପୁରମର ଏହି ସିଜନରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

Get real time updates directly on you device, subscribe now.