fbpx

ତିଆରି ହେଉଛି ଏଭଳି ଚୁଇଙ୍ଗମ: ଚୋବାଇଲେ ମୁହଁରେ ହିଁ ନାଶ ହୋଇଯିବ କରୋନା ଭାଇରସ!

କରୋନା ଭାଇରସ ସହ ଲଢ଼େଇ ପାଇଁ ଏପର୍ଯ୍ୟନ୍ତ ଭାକ୍ସିନକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଅନେକ ଔଷଧ କମ୍ପାନୀ ଟାବଲେଟ ମଧ୍ୟ ଲଞ୍ଚ କରିଛନ୍ତି, ଯାହା ସଂକ୍ରମଣକୁ କମ୍ କରିବାରେ ସହାୟକ ହେଉଛି । କିନ୍ତୁ ଖୁବଶୀଘ୍ର କରୋନାକୁ ହରାଇବାକୁ ଚୁଇଙ୍ଗମ୍ ର ବ୍ୟବହାର କରାଯିବ । ବୈଜ୍ଞାନିକ ଉଦ୍ଭିଦ ଜରିଆରେ ପ୍ରସ୍ତୁତ କରାଯାଇଥିବା ପ୍ରୋଟିନ୍ ଯୁକ୍ତ ଏକ ଏଭଳି ଚୁଇଙ୍ଗମ ବିକଶିତ କରୁଛନ୍ତି ଯାହା Sars-Cov-2 ଭାଇରସକୁ ମଧ୍ୟ ରୋକିବାରେ ସହାୟକ ହେବ ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯେଉଁମାନେ ଭାକ୍ସିନର ଉଭୟ ଡୋଜ୍ ନେଇସାରିଛନ୍ତି ସେମାନେ ନେଇ ନଥିବା ବ୍ୟକ୍ତିଙ୍କ ପରି ଭାଇରସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିବାରେ ସହାୟକ ହୋଇପାରନ୍ତି । ଆମେରିକା ସ୍ଥିତ ପେନସିଲଭେନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ହେନରୀ ଡ୍ୟାନିଏଲ କହିଛନ୍ତି ଯେ Sars-Cov-2 ଲାଳ ଗ୍ରନ୍ଥୀରେ ଏହାର ପ୍ରତିଆକୃତି ତିଆରି କରିଥାଏ ଅର୍ଥାତ୍ ନିଜ ଭଳି ଆଉ ଭାଇରସ ତିଆରି କରିଥାଏ । ଆମ ଏହା ମଧ୍ୟ ଜାଣିଛେ ଯେ କେହି ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଛିଙ୍କିବା ଦ୍ୱାରା ଭାଇରସ ମୁହଁରୁ ବାହାରି ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଥାଏ ।

ଜର୍ଣ୍ଣାଲ ମଲିକ୍ୟୁଲାର ଥେରାପୀରେ ପ୍ରକାଶିତ ଏକ ଅଧ୍ୟୟନର ନେତୃତ୍ୱ କରୁଥିବା ଡ୍ୟାନିଏଲ କହିଛନ୍ତି ଚୁଇଙ୍ଗମର ଅଠା ଲାଳରେ ଥିବା ଭାଇରସକୁ ପ୍ରଭାବହୀନ କରିବାରେ ସହାୟକ ହୋଇଥାଏ, ଯାହା କରୋନା ଭାଇରସ ସଂକ୍ରମଣର ଉତ୍ସକୁ ଆଶାନୁରୂପ ଭାବରେ କମ୍ କରିବାରେ ସହଜ ହେବ ।

ମହାମାରୀ ପୂର୍ବରୁ ଡାନିଏଲ ଉଚ୍ଚ ରକ୍ତଚାପ ପାଇଁ ଏକ ପ୍ରୋଟିନ ହରମୋନ ଉପରେ ଅଧ୍ୟୟନ କରୁଥିଲେ ଏବଂ ସେ ACE2 ନାମକ ପ୍ରୋଟିନ୍ ଏବଂ ଅନ୍ୟ କେତେକ ପ୍ରୋଟିନ ବିକଶିତ ମଧ୍ୟ କରିଛନ୍ତି ।

ଚୁଇଙ୍ଗମ୍ ବିକଶିତ କରିବାକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ ACE2 ର ଇଞ୍ଜେକସନ୍ ଗମ୍ଭୀର ସଂକ୍ରମଣ ଥବା ରୋଗୀଙ୍କ ଠାରେ ଭାଇରସ ସଂଖ୍ୟାକୁ କମ୍ କରିପାରେ । ଚୁଇଙ୍ଗମ୍ ପରୀକ୍ଷଣ କରିବା ପାଇଁ ଅନୁସନ୍ଧାନକାରୀଙ୍କ ଏକ ଦଳ ଗଛରେ ACE2କୁ ପ୍ରସ୍ତୁତ କରୁଛନ୍ତି, ଏହାକୁ ଅନ୍ୟ ଉପାଦାନ ସହ ସଂଶ୍ଲିଷ୍ଟ କରିଥିଲେ ଫଳରେ ପ୍ରୋଟିନ ସହ ଯୋଡ଼ିବାରେ ଏହା ସହାୟକ ହୋଇପାରେ । ଏହାପରେ ଗଛରୁ ପ୍ରସ୍ତୁତ ଉପାଦାନକୁ ଚୁଇଙ୍ଗମ ଟାବଲେଟରେ ପରିଣତ କରିଥିଲେ । ତେବେ ବର୍ତ୍ତମାନ ଟିମ୍ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଁ ପ୍ରସ୍ତୁତ ହେଉଛି । ପରୀକ୍ଷଣ ସଫଳ ହେଲେ ଏହା ଭାଇରସକୁ ସଂକ୍ରମିତ ହେବାଠାରୁ ରକ୍ଷା କରିବ ।

 

Get real time updates directly on you device, subscribe now.