fbpx
BJD SKY
BJD SKY

ସରିଲା ଛତିଶାନିଯୋଗ ବୈଠକ, ଜାଣନ୍ତୁ ରଥଯାତ୍ରା ନେଇ କ’ଣ ହେଲା ନିଷ୍ପତ୍ତି?

BJD

ପୁରୀ (ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଶେଷ ହୋଇନି ସଂକ୍ରମଣ । ଏହାରି ମଧ୍ୟରେ ପୁରୀ ରଥଯାତ୍ରାକୁ ନେଇ ଶେଷ ହୋଇଛି ଛତିଶାନିଯୋଗ ବୈଠକ । ଛତିଶାନିଯୋଗ ବୈଠକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସେ କହିଛନ୍ତି ଯେ, ‘କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ । ଗତବର୍ଷ ଭଳି ଏବର୍ଷ ମଧ୍ୟ କେବଳ ସେବାୟତମାନେ ରଥ ଟାଣିବେ । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ ।’

ଏହା ସହ ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ । ରଥଯାତ୍ରାବେଳେ ସେବାୟତମାନେ ଫଟୋ ଉଠାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।

Get real time updates directly on you device, subscribe now.