fbpx
BJD SKY
BJD SKY

ସୁଶାନ୍ତ ରାଜପୁତଙ୍କ ‘ଛିଛୋରେ’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, ଜାଣନ୍ତୁ ଓଡ଼ିଆର କେଉଁଟି ଶ୍ରେଷ୍ଠ ଚଳଚ୍ଚିତ୍ର ?

BJD

ମୁମ୍ବାଇ,୨୨ ।୩: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଆଜି ଘୋଷଣା କରାଯାଇଛି । ଏହି ପୁରସ୍କାରରେ ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ହୋଇଛି । ଛିଛୋରେର ମୁଖ୍ୟ ନାୟକ ଥିଲେ ଦିବଂଗତ ସୁଶାନ୍ତ ସିଂ ରାଜପୁତ । ମନୋଜ ବାଜପେୟୀ ଓ ଧୁନଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଭୋସଁଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଅସୁରନ୍ ପାଇଁ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି ।

ସେହିପରି ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରାଣାୱାତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି । ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ହୋଇଛି । ଉଭୟ ଓଡିଆ ଫିଲ୍ମ ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛି । ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ରହିଛି ।

Get real time updates directly on you device, subscribe now.