fbpx

କାଲି ଗୃହରେ ଗାନ୍ଧୀଙ୍କୁ ନେଇ ଆଲୋଚନା: ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାତିଲ

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି । ଏନେଇ କାଲି ଗାନ୍ଧୀମୟ ହେବ ଓଡିଶା ବିଧାନସଭା । ମହାତ୍ମା ଗାନ୍ଧୀଙ୍କ ଉପରେ କାଲି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ।

ତେବେ ଗାନ୍ଧୀଙ୍କ ଓଡିଶା ଆଗମନକୁ ଆସନ୍ତାକାଲି ଶହେ ବର୍ଷ ପୂରିବ । ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସ୍ୱତନ୍ତ୍ର ଆଲୋଚନା ହେବା ସହ ସଂକଳ୍ପ ଅଣାଯାଇ ପାରିତ ହେବ । ଏଥିପାଇଁ କାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାତିଲ କରାଯାଇଛି । ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆଲୋଚନା ହେବ । ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।

Get real time updates directly on you device, subscribe now.