fbpx

ବିଭତ୍ସ ହତ୍ୟାକାଣ୍ଡ! ମାଆ-ବାପା, ଭାଇ-ଭାଉଜ, ସ୍ତ୍ରୀ ଏବଂ ପିଲାଙ୍କୁ ମାରିବା ପରେ ନିଜ ଜୀବନ ହାରିଦେଲେ

ନୂଆଦିଲ୍ଲୀ: ଏକ ବିଭତ୍ସ ହତ୍ୟାକାଣ୍ଡ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ଏକ ଆଦିବାସୀ ପରିବାରରେ ୮ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ପରିବାରର ପୁଅ ସମସ୍ତଙ୍କୁ କୁରାଢୀରେ ହାଣି ମାରିଦେଇଛି । ଏହାପରେ ନିଜେ ଫାସି ଦେଇ ଜୀବନ ହାରିଛନ୍ତି ।

ଏହି ଘଟଣାଟି ମଧ୍ୟ ପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି । ଏଠାରେ ଏକ ଆଦିବାସୀ ପରିବାରର ଯୁବକ କୁରାଢୀରେ ନିଜ ମାଆ-ବାପା, ସ୍ତ୍ରୀ-ଛୁଆ ଏବଂ ଭାଇ-ଭାଉଜଙ୍କୁ ହାଣିଦେବା ପରେ ନିଜେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣା ମଙ୍ଗଳବାର ଦିନ ରାତି ଦୁଇ-ତିନିଟାରେ ହୋଇଛି ବୋଲି କୁହାଯାଇଛି । ମାହୁଲଝିର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସାରା ଗାଁକୁ ସିଲ କରାଯାଇଛି । ଛିନ୍ଦାବାଡାରେ ପୋଲିସ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.