fbpx

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ: ଏହିଦିନ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି

AAKASH

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା  ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ ଗଣିତ ଏହାପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ନିର୍ବାଚନ ନେଇ ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି ।

ଗୁରୁବାର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଜୁନ୍ ୨୯ । ଏହାପରେ ଜୁନ୍ ୩୦ ତାରିଖ ନାମାଙ୍କନ ଯାଞ୍ଚ ଏବଂ ଜୁଲାଇ ୨ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ସୂଚନାଯୋଗ୍ୟ, ଜୁଲାଇ ୨୪ ରେ ସରୁଛି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।

ପ୍ରେସମିଟରେ ଆହୁରି ମଧ୍ୟ ସୂଚନା ଦେଇ ନିର୍ବାଚନ କମିଶନ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର କେବଳ ନୂଆଦିଲ୍ଲୀରେ ମିଳିବ ଏବଂ ସେହିଠାରେ ହିଁ ଦାଖଲ କରାଯିବ । ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ସହ ୫୦ ଜଣ  ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ । ସାଂସଦମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ ।

Get real time updates directly on you device, subscribe now.