fbpx

ମୌସୁମୀ ଦୁର୍ବଳ: ରଜରେ ଭିଜିବନି ଓଡ଼ିଶା, ବରଂ ଆହୁରି ସିଝିବ!

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୌସୁମୀ ବାୟୁ ଦୁର୍ବଳ ହେବା କାରଣରୁ ଓଡ଼ିଶାରେ ପ୍ରବେଶ ବିଳମ୍ବିତ ହେଉଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ହୋଇଛି । ଏନେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ‘ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ମୌସୁମୀ ଛୁଇଁନପାରେ । ୧୨/୧୩ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ । ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ଆକଳନ ହୋଇନି । ୧୧ ସୁଦ୍ଧା ଓଡ଼ିଶାରେ ରଜରେ ବର୍ଷା ହେବ କି ନାହିଁ ଜଣାପଡିବ ।’

ତେବେ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.