fbpx

ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସମୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ବାଲେଶ୍ୱରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଭୂମି ଯୋଗ୍ୟତା ପ୍ରମାଣପତ୍ର ବାଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ ଲକ୍ଷରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ମିଳିଛି ଭୂମି ଯୋଗ୍ୟତା ପ୍ରମାଣପତ୍ର । ଏହା ସହ ୨୯୨୯ଟି ବସ୍ତିରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧୬ଟି ବହୁମୁଖୀ ଗୋଷ୍ଠୀକେନ୍ଦ୍ର ‘ପରିଚୟ’ର ଲୋକାପର୍ଣ ମଧ୍ୟ କରିଛନ୍ତି ନବୀନ । ସେ କହିଛନ୍ତି ଯେ, ‘ଆଗାମୀ ୩ ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ । ସହରର ବିକାଶ ଓ କୋଭିଡ ଲଢେଇରେ ଆଗରେ ରହିଛନ୍ତି ବସ୍ତିବାସିନ୍ଦା ।’

Get real time updates directly on you device, subscribe now.