fbpx

(Video) ‘ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ଅଭିଶାପ…’: କୋଲକାତାର ବିଚ ରାସ୍ତାରେ ମହିଳାଙ୍କୁ ନିର୍ଧୂମ ମାଡ଼, ତାତିଲା ବିଜେପି

Advertisement

କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ସରକାର ଗଢିଛନ୍ତି ତୃଣମୂଳ କଂଗ୍ରେସ । ତେବେ ଦିନକୁ ଦିନ ରାଜ୍ୟର ଆଇନ୍ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବିଭିନ୍ନ ସ୍ଥାନରେ ଆଇନ୍ ଭଙ୍ଗ ହେଉଥିବାର ଅନେକ ଘଟଣା ଦେଖିବାକୁ ମିଳୁଛି । ଏଭଳି ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଜଣେ ଯୁବକ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଛି । ମହିଳାଙ୍କ ସହ ଜଣେ ଯୁବକଙ୍କୁ ମଧ୍ୟ ସେ ପିଟୁଥିବା ଦେଖାଯାଇଛି । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ବା ମମତା ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ବିଜେପି ।

ସୂଚନା ଅନୁସାରେ, ଏହି ଘଟଣାର ଅଭିଯୁକ୍ତର ନାମ ତାଜେମୁଲ ବୋଲି ଜାଣିବାକୁ ମିଳିଛି । ଏହି ବ୍ୟକ୍ତିକୁ ସ୍ଥାନୀୟ ଲୋକେ ଜେସିବି ବୋଲି ମଧ୍ୟ କହିଥାନ୍ତି । ତେବେ ଜେସିବି ଜଣେ ମହିଳା ଏବଂ ଜଣେ ଯୁବକଙ୍କୁ ରାସ୍ତା ମଝିରେ ନିସ୍ତୁକ ମାଡ଼ ମାରୁଥିବା ମଧ୍ୟ ଦେଖା ଦେଇଛି । ନିର୍ଦୟ ଭାବରେ ଉଭୟଙ୍କୁ ରାସ୍ତାରେ ଗଡ଼ାଇ ଗଡ଼ାଇ ମାରୁଛି ଜେସିବି । ଏହାର ଭିଡିଓ ସେୟାର କରି ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବିୟ କହିଛନ୍ତି ଯେ, ଏହି ଭିଡିଓ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ହୋଇଥିବା ବେଳେ ତେଜାମୁଲ ହେଉଛନ୍ତି ଟିଏମସି ବିଧାୟକ ହମୀଦୁଲ ରହମାନଙ୍କ ସମ୍ପର୍କୀୟ । ଏହାପରେ ଜେସିବିର ଏପରି କାରନାମାକୁ ବିଭିନ୍ନ ମହଲରେ ନିନ୍ଦା ହେଉଥିବା ବେଳେ ମମତା ସରକାରଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି ।

ଏହି ଭିଡିଓରେ ଜେସିବି ନାମକ ଏହି ଯୁବକ କିଛି ବାଡ଼ିରେ ବିଚ୍ ରାସ୍ତାରେ ଜଣେ ମହିଳା ଏବଂ ଯୁବକଙ୍କୁ ନିସ୍ତୁକ ମାଡ଼ ପିଟୁଥିବାର ଦେଖିବାକୁ ମିଳିଛି । ଆଖପାଖରେ ଅନେକ ଲୋକଙ୍କ ଭିଡ଼ ଲାଗିଥିବା ବେଳେ କୌଣସି ବ୍ୟକ୍ତି ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା ବି କରୁନାହାନ୍ତି । ଏହି ଭିଡିଓକୁ ସେୟାର କରି ଅମିତ ମାଲଭିୟ ଲେଖିଛନ୍ତି ଯେ, ‘ଟିଏମସି ଦ୍ୱାରା ପରିଚାଳିତ ପଶ୍ଚିମବଙ୍ଗରେ ଶରିୟା ଅଦାଲତର ସତ୍ୟତା ବିଷୟରେ ସାରା ଦେଶ ଜାଣିବା ଉଚିତ୍ । ପ୍ରତି ଗ୍ରାମରେ ଗୋଟିଏ ଲେଖାଏଁ ସନ୍ଦେଶ ଖାଲି ରହିଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳାଙ୍କ ପାଇଁ ଅଭିଶାପ ବୋଲି କହିଛନ୍ତି ଅମିତ ମାଲଭିୟ । ତେବେ ଏ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Get real time updates directly on you device, subscribe now.