କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନିକଟରେ ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
"ମୁଁ ଓ ମୋ ସରକାର କ୍ଷମା ମାଗୁଛୁ"।
ପୁରୀ: ପୁରୀ ଶରଧାବାଲିରେ ଅଘଟଣ। ଦଳାଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ। ଏହାକୁ ନେଇ ଟ୍ୱିଟ୍ କରି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ ଏହି ଅଘଟଣ ପାଇଁ ମୁଁ ଓ ସରକାର କ୍ଷମା ମାଗୁଛୁ।
ଅବହେଲା ଅକ୍ଷମଣୀୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ।ଏହାସହ ଟ୍ୱିଟ୍ କରି ଲେଖିଲେ ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ମୁଁ ଏବଂ ମୋ ସରକାର ଜଗନ୍ନାଥ ପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।