fbpx

ଅଭିନେତା ରବି ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୦ା୧ (ଓଡିଶା ଭାସ୍କର): ୬୪ ବର୍ଷ ବୟସରେ ଓଲିଉଡ ଅଭିନେତା ରବି ମିଶ୍ରଙ୍କର ହୃଦଘାତରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ମୁଖ୍ରମନ୍ତ୍ରୀ କହିଛନ୍ତି ଯେ, ‘ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟରେ ସେ ଛାଡି ଯାଇଥିବା ଛାପ ସ୍ମରଣୀୟ ହୋଇ ରହିବ ।’

ସେହିପରି ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନାକରିଛନ୍ତି ଧର୍ମେନ୍ଦ୍ର । ଏହା ସହ ବହୁ ଓଲିଉଡ ଅଭିନେତା, ଅଭିନେତ୍ରୀ ତଥା ସିନେପ୍ରେମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ତେବେ ରବି ମିଶ୍ର ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ‘ଗୋପାଳ ରହସ୍ୟ’ ସିରିଏଲରେ ମୁଖ୍ୟ ଚରିତ୍ର ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ ।

Get real time updates directly on you device, subscribe now.