fbpx

କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି,୧୪ ।୧(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପାଟଣା ବ୍ଲକରେ ଜନସମାବେଶକୁ ନବୀନ କରିବେ ସମ୍ବୋଧିତ । ଏହା ସହ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

ତେବେ ମୋଟ ୧୦୬ଟି ପ୍ରକଳ୍ପ ପାଇଁ ୨୦୮୫ କୋଟି ଟଙ୍କା ବରାଦ ହୋଇଛି । ୯୭୬.୭୧ କୋଟିର ପାର୍ବତ୍ୟ ଗିରି ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । କାରୋନା କଟକଣାରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୬୫ ଜଣ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.