ଭୁବନେଶ୍ୱର: ଏମିତି କ’ଣ ଘଟିଛି ଯେ ଗୃହ କମିଟି ହେବ । ସର୍ବଦଳିୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି ।
କମିଟିର ଆବଶ୍ୟକତା ନାହିଁ ବୋଲି ବିଜେଡି କହିଛି । ତାହା ହେଲେ କାହିଁକି ଆଲୋଚନାକୁ ଆସିବାନି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ଆଲୋଚନା କରି ସମାଧାନ ବାହାର କରିବା କଥା । ମାତ୍ର ବାହାନା କରୁଛନ୍ତି ସୁରକ୍ଷାକର୍ମୀ ବାଡ଼େଇଲେ ।
ସେମାନେ କେଉଁ ସ୍ତରର କର୍ମଚାରୀ ବିଧାୟକଙ୍କୁ ବାଡେଇବେ । ମିଛ କହିବାର ଗୋଟିଏ ସୀମା ଅଛି । ତାଙ୍କ ଦଳ ସଭାପତି ଓ ପୂର୍ବ ସଦସ୍ୟ ଧମକାଇଲେ ।
ବିଧାନସଭା ଗେଟ ବାହାରେ ଧମକାଇବା କି ପ୍ରକାର ରାଜନୀତି । ଗୃହକୁ ଏତେ ସମୟ ଅଚଳ କରିବାର ଅଧିକାର କିଏ ଦେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।