fbpx
BJD SKY
BJD SKY

ବଢ଼ୁଛି ଜଳସ୍ତର, ଫୁଲୁଛି ହୀରାକୁଦ ଡ୍ୟାମ୍: ଆଜି ୧୧ଟାରେ ବନ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି, ଯାହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଜଳସ୍ତର ବଢ଼ିବା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଡ୍ୟାମ୍ । ୬୨୫ ଫୁଟ ଟପିଛି ଜଳସ୍ତର । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୫.୦୪ ଫୁଟ ରହିଛି । ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳସ୍ତର ପ୍ରବେଶ କରୁଛି । ଏହା ସହ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ଅନ୍ୟପଟେ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟା ସମୀକ୍ଷା କରିବେ । ଏହା ସହ କଟକ-ବାଙ୍କୀ ମୁଖ୍ୟ ରାସ୍ତା ଉପରେ ବହାନଦୀ ଜଳ ପ୍ରବାହିତ ହେଉଛି । କଇଁମୁଣ୍ଡି-ପାଥପୁର ମଝି ଗଡ଼ାଣିରେ ରାସ୍ତାରେ ୨ ଫୁଟ ପାଣି ପ୍ରବାହିତ ହେଉଛି । ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ବଢ଼ୁଥିବା ପାଣିକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି ।

Get real time updates directly on you device, subscribe now.