fbpx

ବୁଡି ଯିବ ଓଡିଶା!ଆସୁଛି ପୁଣି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବର୍ତ୍ତମାନ ବନ୍ୟାର ସ୍ଥିତି କିଛି ଭଲ ନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ପରେ ଗୋଟିଏ ଲଘୁଚାପ ଓଡିଶାକୁ ଗ୍ରାସ କରିବାକୁ ଲାଗିଲାଣି । ବର୍ତ୍ତମାନ ବର୍ଷାରେ ଓଡିଶାର ବହୁ ସ୍ଥାନ ଜଳମଗ୍ନ ହୋଇ ରହିଥିବା ବେଳେ ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଅବପାତ ରୂପରେ ଉତ୍ତର-ଛତିଶଗଡ ଏବଂ ପାଶ୍ୱର୍ବର୍ତ୍ତୀ ପୂର୍ବ-ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି । ଗତ ୬ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ଏବଂ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରିବ । ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ତୀବ୍ର ରୂପ ବଜାଇ ରଖିବ ବୋଲି ପାଣିପାଗ ପେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଜଟିଳ ରହିଛି । କେଉଁଠାରେ ପୋଲ ଭାଙ୍ଗିଲାଣି ତ କେଉଁ ଠାରେ ମନ୍ଦିର ଭିତରେ ପାଣି ପଶିଲାଣି । ବହୁ ସ୍ଥାନରେ ବିପଦ ସଙେତ ଉପରେ ପାଣି ଚାଲୁଛି । ଗାଁ ଭିତରେ ପାଣି ପଶି ରହିଛି । କେଉଁଠାରେ ଲୋକ ପାଣିରେ ଭାସିଯିବାର ମଧ୍ୟ ସୂଚନା ମିଳୁଛି। ଦୁଇ ଦିନ ହେବ ପାଗ ଟିକିଏ ଫିଟିଥିବା ବେଳେ ପୁଣି ଆଉ ଏକ ଲଘୁଚାପ ହେବାର ଆଶଙ୍କା ଦେଖା ଦେଇଛି । ତେବେ ଏହାର ସ୍ଥିତି ଜଟିଳ ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ଆଗକୁ ଯାଇଁ ଏହାର ପ୍ରଭାବ ବିଷୟରେ ସୂଚନା ଦିଆଯାଇପାରିବ ।

Get real time updates directly on you device, subscribe now.