fbpx

ତ୍ରିରଙ୍ଗା ଉତ୍ତୋଳନ ବେଳେ ଅଘଟଣ,ଡାକ୍ତରଙ୍କ ଗଲା ଜୀବନ

କାଥୁଆ:ଗତକାଲି ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଅଘଟଣ । ତ୍ରିରଙ୍ଗା ଉତ୍ତୋଳନ କରୁଥିବା ସମୟରେ ଚାଲିଗଲା ଜୀବନ । ସୂଚନାମୁତାବକ ଜାମ୍ମୁ କାଶ୍ମୀରର କାଥୁଆ ଜିଲ୍ଲାର ଏକ ଡାକ୍ତରଖାନାର ଛାତ ଉପରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ସୋମବାର ଜଣେ ଡାକ୍ତରଙ୍କର ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

ଚାଡୱାଲ ଅଞ୍ଚଳର ପୱନ କୁମାର ନାମକ ଏହି ଡାକ୍ତର ତ୍ରିରଙ୍ଗା ଉତ୍ତୋଳନ କରୁଥିବାବେଳେ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ର ଛାତ ଉପରର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି।ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ହିରାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ବୋଲି ଅଧିକାରୀମାନେ କହିଛନ୍ତି।

Get real time updates directly on you device, subscribe now.