fbpx
BJD SKY
BJD SKY

ବିଷ୍ଣୁଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବିଷ୍ଣୁଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବ୍ୟତୀତ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଷ୍ଣୁଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ ରଖାଯାଇଛି । ସେଠାରେ ତାଙ୍କୁ ସ୍ୱତନ୍ତ୍ର କମିଟି ଗଠନ କରି ଚିକିତ୍ସା କରାଯିବ ।

ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ବିରୋଧୀ ଦଳ ଉପନେତା ତଥା ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠି କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି” ।

Get real time updates directly on you device, subscribe now.