fbpx
BSKY SKY
BSKY SKY

ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି, କହିଲେ…

BSKY

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଭୟ । ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ସେ ଅପିଲ କରିଛନ୍ତି । ବିଶେଷକରି ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି ଡିଜିପି ।

ରଥଯାତ୍ରା ବେଳେ କରୋନା ଗାଇଡଲାଇନ୍ ମାନିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗତବର୍ଷ ଯେପରି ସହଯୋଗ କରିଥିଲେ ଏଥର ସେହିପରି କରିବାର ଆଶା ରହିଛି । ଘରେ ରହି ଟିଭି, କମ୍ପ୍ୟୁଟର, ସ୍ମାର୍ଟଫୋନରେ ରଥଯାତ୍ରା ଦେଖନ୍ତୁ । ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ଏସପି ଭଲ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏସପିଙ୍କ ଦ୍ୱାରା ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟକୁ ଶୀଘ୍ର ଚୂଡାନ୍ତ ରୂପ ଦିଆଯିବ ।’ ୭୦ରୁ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ ଚଳିତବର୍ଷ ରଥଯାତ୍ରାରେ। ସହରକୁ ୧୨ଟି ଜୋନ୍ ଓ ବଡଦାଣ୍ଡକୁ ୪ଟି ଜୋନରେ ବିଭକ୍ତ କରାଯିବ। ସହରର ତିନୋଟି ପ୍ରବେଶପଥକୁ ସିଲ୍ କରାଯିବ। ଡିଜିପିଙ୍କ ଗସ୍ତ ସମୟରେ ପୁରୀ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଡ଼ିଆଇଜି ନରସିଂହ ଭୋଳ,ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ,ଏସପି କେ.ସମର୍ଥ ବର୍ମା ପ୍ରମୁଖ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।ଏହାପରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ଦେଖିଛନ୍ତି।

Get real time updates directly on you device, subscribe now.