fbpx
BSKY
BJD MC SKY
BJD YOUTH SKY

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୋଲିସ କର୍ମଚାରୀଙ୍କ ପାଇଁ ହେବ ଆବାସ ନିର୍ମାଣ

ଉଦଯାପିତ ହେଲା ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ଉଦଯାପନୀ ସମାରୋହରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଉଦଯାପନୀ ଅବସରରେ ପୋଲିସକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ ପାଇଁ ବଡ଼ ଘୋଷଣା । ଏଥିପାଇଁ ଆଗାମୀ ୫ ବର୍ଷରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘୋଷଣା ନେଇ କୃତଜ୍ଞତା ଜଣାଇଲେ ପୋଲିସ୍ ଡିଜି ।

ତେବେ ଆଇପିଏସ୍ ସମ୍ମିଳନୀ ଉଦଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅନେକ ପ୍ରସଙ୍ଗକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଦାଷୀ ସାବ୍ୟସ୍ତ ହାର ବଢ଼ାଇବାକୁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ଆହ୍ୱାନ । ତଦନ୍ତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ପରାମର୍ଶ । ଏହା ସହ ମହିଳା ଓ ଶିଶୁ ବିରୋଧୀ ହିଂସାରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୌଣସି ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ କହିଲେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.