fbpx

୧୮ ବର୍ଷର ଯୁବତୀ ସେକ୍ସ କରି ପାରିବ କିନ୍ତୁ ବିବାହ ନୁହେଁ ? ପ୍ରଧାନମନ୍ତ୍ରୀଙ୍କୁ ଓଓ୍ଵେସୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : ଦେଶରେ ଯୁବତୀଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରାଯାଇ ୨୧ ବର୍ଷ କରାଯାଇଛି। କେନ୍ଦ୍ରୀୟ କ୍ୟାବିନେଟର ଏହି ନିଷ୍ପତ୍ତି ଉପରେ ଏବେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ଏବେ ମହିଳାଙ୍କ ବିବାହ ବୟସକୁ ବଢାଇ ୨୧ ବର୍ଷ କରି ଦେଇଛି। ଆଇନ ଅନୁଯାୟୀ, ଆପଣ ୧୮ ବର୍ଷର କୌଣସି ଯୁବତୀଙ୍କ ସହ ଯୌନ ସଂପର୍କ ରଖି ପାରିବେ। ମାତ୍ର ୧୮ ବର୍ଷ ବୟସରେ ବିବାହ କରି ପାରିବେ ନାହିଁ। ବିବାହରେ ମୋଦୀଙ୍କ ସମସ୍ୟା କଣ ? ଓଓ୍ଵେସି କେନ୍ଦ୍ର ସରକାରଙ୍କୁ ଏହି ନିଷ୍ପତ୍ତି ପାଇଁ ଆକ୍ଷେପ କରିଛନ୍ତି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସୀ ମେରଠରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ସେ ଜନତାଙ୍କୁ ଅପିଲ୍ କରିଛନ୍ତି ଯେ, ୟୁପିରେ ୧୯ ପ୍ରତିଶତ ମୁସଲମାନଙ୍କ ନିଜର ରାଜନୈତିକ ଶକ୍ତି, ନେତୃତ୍ଵ ଓ ଭାଗିଦାରୀରର ଆବଶ୍ୟକତା ରହିଛି। ଯଦ୍ଵାରା ଆମ ଯୁବ ବର୍ଗଙ୍କୁ ସମ୍ମାନ, ଶିକ୍ଷା ମିଳିପାରିବ। ଏଥିସହ ଅତ୍ୟାଚାର ଓ ଭେଦଭାବ ମଧ୍ୟ ଦୂର ହୋଇ ପାରିବ। ଓଓ୍ଵେସୀ ମଞ୍ଚରୁ ପ୍ରଶ୍ନ କରିଛନ୍ତି ଯେ, ମୁସଲମାନ କେବେ ଜାଗିବ ?

Get real time updates directly on you device, subscribe now.