fbpx

ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ପରଲୋକ: ବୟସ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ପରଲୋକ ହୋଇଛି । ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତି ଅଲୀମିହାନ ସେୟତୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୩୫ ବର୍ଷ ହୋଇଥିଲା । ତାଙ୍କର ଜନ୍ମ ୨୫ ଜୁନ୍ ୧୮୮୬ ରେ କୋମକ୍ସରିକ ସହରରେ ହୋଇଥିଲା । ୨୦୧୩ରେ ‘ଚାଇନା ଆସୋସିଏସନ ଅଫ ଗ୍ୟାରେଣ୍ଟୋଲୋଜୀ ଆଣ୍ଡ୍ ଜେରିଆଟ୍ରିକ୍ସ’ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ସେ ଦେଶର ସବୁଠୁ ବୃଦ୍ଧ ବ୍ୟକ୍ତି ଥିଲେ ।

ଡିସେମ୍ବର ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହେବା ପର୍ଯ୍ୟନ୍ତ ସେୟତୀ ସରଳ ଜୀବନଯାପନ କରୁଥିଲେ ଏବଂ ନିୟମିତ ଦୈନିକ ଜୀବନଯାପନ କରୁଥିଲେ । ସେ ସବୁବେଳେ ଠିକ୍ ସମୟରେ ଖାଉଥିଲେ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ । ଚୀନର ଶିନଜିୟାଙ୍ଗ ଉଇଗୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

କୋମକ୍ସରିକୁ ଦୀର୍ଘାୟୁ ସହର ଭାବରେ ଜଣାଯାଏ । ଏଠାରେ ୯୦ ବର୍ଷରୁ ଅଧିକ ଅନେକ ବୃଦ୍ଧ ରହିଛନ୍ତି । ସରକାର ଏଠାରେ ମେଡିକାଲ ସେବା ଭଳି ଅନେକ ସେବା ମାଗଣା ସେବା ଯୋଗଇଥାନ୍ତି । ମୃତ୍ୟୁ ହେବାପୂର୍ବରୁ ସେୟତୀ ବିନା କାହାର ସାହାଯ୍ୟରେ ଚଲାବୁଲା କରୁଥିଲେ । ସେ ଅଧିକ ସମୟ ବଞ୍ଚିବା ପାଇଁ ତାଙ୍କର ସଂସ୍କୃତି ଏବଂ ବାତାବରଣ ବୋଲି କହୁଥିଲେ ।

Get real time updates directly on you device, subscribe now.