fbpx

ଭୁଲିଗଲେ ସବୁକିଛି, ବିବାହ ମଣ୍ଡପରେ କିସ୍ କରିବାରେ ମଜ୍ଜିଗଲେ ବରକନ୍ୟା, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ: ବିବାହ ସମୟରେ ବର କନ୍ୟାଙ୍କ ଅଜବ ଗଜବ ହରକତର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି ନେଟିଜେନମାନେ ଆବାକ୍ ହୋଇପଡ଼ିଛନ୍ତି । କାରଣ ଭିଡିଓ ବର କନ୍ୟା ପରସ୍ପରକୁ କିସ୍ କରୁଛନ୍ତି ତାହାବି ସବୁ ଅତିଥିଙ୍କ ସାମ୍ନାରେ । ସାଧାରଣତଃ ବିବାହରେ କିସ୍ କରିବା ଖ୍ରୀଷ୍ଟିଆନ ଧର୍ମରେ ରହିଛି ହେଲେ ତାହା ହିନ୍ଦୁ ଧର୍ମରେ ନଥାଏ । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ସେମାନେ କିସ୍ କରିବା ବନ୍ଦ କରିନଥିଲେ ଏଭଳି ଭାବରେ ମଜ୍ଜିଯାଇଥିଲେ ଯେ ପରସ୍ପରକୁ କିସ୍ କରିଚାଲିଥିଲେ ।

ପ୍ରକୃତରେ ବର କନ୍ୟା ବେଦୀ ଚାରି ପାଖରେ ବୁଲି ସାରିବା ପରେ ଏବଂ ଅନ୍ୟ କର୍ମ ସାରିବା ପରେ କିସ୍ କରିବାକୁ କୁହାଯାଇଥିଲା । ଆଉ ବର ଉତ୍ସାହିତ ହୋଇଯାଇଥିଲେ ସତକୁ ସତ କିସ୍ କରିଥିଲେ । କେବଳ ସେତିକି ନୁହେଁ ସେମାନେ ଉପସ୍ଥିତ ଅତିଥିଙ୍କ ସାମ୍ନାରେ କିସ୍ କରିଚାଲିଥିଲେ । କିଛି ସମୟ ପାଇଁ ସେମାନେ ସେଠାରେ ଥିବା ଲୋକଙ୍କ ବିଷୟରେ ଭୁଲିଯାଇଥିଲେ । ତେବେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହା ଉପରେ ନେଟିଜେନମାନେ ଆରମ୍ଭ କରିଦେଇଛନ୍ତି କମେଣ୍ଟ ।

Get real time updates directly on you device, subscribe now.