fbpx
BJD
BJD SKY
BJD SKY

ଡିକି ଭାଙ୍ଗି ଲୁଟିନେଲେ ୩ଲକ୍ଷ ୧୦ ହଜାର: ଥାନାରେ ଅଭିଯୋଗ

BJD

ଘଷିପୁରା ଥାନା ସାମ୍ନାରେ ଥିବା ଆନନ୍ଦପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିଷରରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୩ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ଭଣ୍ଡାରିଡିହା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ରାଉତ ଶନିବାର ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରେ ଥିବା ନିଜ ଜମାଖାତାରୁ ୩ଲକ୍ଷ ୧୦ ହଜାର ଟଙ୍କା ଉଠାଇ ଥିଲେ। ଏହାପରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ କିଛି କାମରେ ଯାଇଥିଲେ। ଫେରିବାପରେ ତାଙ୍କ ବାଇକ୍ ଡିକି ଖୋଲା ଥିବା ଦେଖିଥିଲେ ଏବଂ ସେଥିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ୍ ରାସ୍ତାକଡରେ ଥିବା ବିଭିନ୍ନ ଦୋରାନର ସିସିଟିଭି ଜାଞ୍ଚ କରି ଲୁଟେରାଙ୍କ ସମ୍ପର୍କରେ ଅନୁସନ୍ଧାନ କରୁଛି ପୋଲିସ୍ ।

Get real time updates directly on you device, subscribe now.