fbpx

କୋଭିଡ ପାଇଁ କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନପାଳିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ପାଇଁ ମୁଁ ଋଣୀ ।’ ଜନ୍ମଦିନ ପାଳନ କରିବାକୁ ମନା କରିବା ସହ ନବୀନ ନିବାସ ନଆସିବାକୁ ସେ ନିବେଦନ କରିଛନ୍ତି । ଏହା ସହ କୋଭିଡରେ ମୃତ ଲୋକଙ୍କ ପରିବାରକୁ ସାହାଯ୍ୟ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ରକ୍ତଦାନ ଭଳି ମହତ କାର୍ଯ୍ୟ ହେବ ଜନ୍ମଦିନ ପାଇଁ ସବୁଠାରୁ ବଡ଼ ଶୁଭେଚ୍ଛା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.